STORYMIRROR

LALIT MOHAN DASH

Tragedy

4  

LALIT MOHAN DASH

Tragedy

ଆଜାଦି କି ଅମୃତ ମହୋତ୍ସବ

ଆଜାଦି କି ଅମୃତ ମହୋତ୍ସବ

1 min
374


ଜଳାଇବା ଆମେ ମୁକ୍ତିର ମଶାଲ

ଶାନ୍ତି ର ପତାକା ଦେବା ଉଡାଇ

ଏହି ଭାରତର କୋଟିଏ ସନ୍ତାନ

ଆମେ ଯେତେ ସବୁ ଭଉଣୀ ଭାଇ (୧)

କେତେ ଯେ ବିନିଦ୍ର ରଜନୀ ବିତିଛି

ପାଇବା ଏକ ନୂଆ ଜୀବନ

ଯାଇଛି ଦୁର୍ଦିନ ଆସିଛି ସୁଦିନ

ଆମ ହାତେ ଆଜି ଆମ ଶାସନ (୨)

ହଟିଛି ତମସା ଭାରତ ଆକାଶୁ

ନୂଆ ସୂରୁଯ ଟେ ଆସିଛି ଉଇଁ

ଆମେରେ ସ୍ବାଧୀନ ନୋହୁଁ ଅଧିନ

ସଭିଙ୍କ କାନରେ କହିବା ପାଇଁ (୩)

ସ୍ୱାଧୀନ ଭାରତେ ନବୀନ ପ୍ରଭାତେ

ଶାନ୍ତି ମୈତ୍ରୀ ପ୍ରିତୀ ଲଭିଛୁ ଆଜି

ଆମେ ଚଳାଉଛୁ ଆମରି ଦେଶକୁ

ବିଦେଶୀ ଶାସନ ଯାଇଛି ହଜି (୪)

ନବ ଭାରତର ଆମେରେ ନିର୍ମାତା

ଆମେରେ ଗଢିବା ନୂଆ ଜଗତ

ସଦା ଭାସମୟୀ ସଦା ଲାସ୍ୟମୟୀ

ସଦା ସ୍ବର୍ଣ୍ଣପ୍ରସୂ ଆମ ଭାରତ (୫)

ହିମାଳୟ ଠାରୁ କନ୍ୟାକୁମାରୀ ଯାଏ

ଝଙ୍କୁରିତ ଯାର କୀରତି ଗାଥା

ସେ ଆମ ଜନନୀ ଆମ ପୂଣ୍ୟଭୂମି

ପ୍ରଣତି ଢାଳୁଛି ନୂଆଁଇ ମଥା (୬)

ହିମଗିରି ଯାର ମଥା ର ମୁକୁଟ

ସାଗର ଯାହାର ଚରଣ ଧୂଏ

ସେହି ଦେଶ ଆମ ଭାରତ ବର୍ଷ

ଗଙ୍ଗା ଯାହାର ବନ୍ଦନା ଗାଏ (୭)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy