Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PURNA CHANDRA PANDA Purna

Tragedy Inspirational

4  

PURNA CHANDRA PANDA Purna

Tragedy Inspirational

ଜରା ଯୌବନ

ଜରା ଯୌବନ

1 min
291


ବଳ ଥିବା ବେଳେ ହରିଣୀର ଗୋଡ଼

ପଙ୍କରେ କୁଆଡେ ଲlଖଇ ନାହିଁ  

ଡାଳ ଭଙ୍ଗା କୋଷ ବାଟ ଚାଲିଯାଏ

ଖରା କି ବରଷା ବାଧଇ ନାହିଁ ll 1


ଆଜି ନଇଁ ନଇଁ ହଜିଲା ଦିନର

ପାଦ ଚିହ୍ନ ଯାହା ଯାଇଛି ମିଶି  

ମା'ମାଟି ବକ୍ଷରେ ଖୋଜୁଛି ଆୟୁଷ

ମିଞ୍ଜି ମିଞ୍ଜି କରି ଶୁଖିଲା ଆଖି ll 2


ତିନି ମୁଣ୍ଡିଆର ବେଶ ହୋଇଅଛି

ଗୁମୁରି କାନ୍ଦୁଛି ଯୌବନ ଦିନ  

ଶୂନ୍ୟରେ ନିଃଶ୍ୱାସ ବାୟୁ ବହିଚାଲେ

ବିକଳ ଡାକୁଛି ଜଗୁଜୀବନ ll 3


ମେରୁଦଣ୍ଡ କାଣ୍ଡ ଘୁଣ ଖାଇଯାଏ

ଆମଞ୍ଚନେ ଭଗ୍ନ ପ୍ରାୟ ପ୍ରତ୍ୟୟ

ପିଣ୍ଡ ବ୍ରହ୍ମାଣ୍ଡ ତା ପ୍ରକମ୍ପି ଉଠଇ

ଶଙ୍କା ତ୍ରସ୍ତ ଶିକ୍ତ ମନ ଅଥୟ ll 4


ଜରାଗ୍ରସ୍ତ ଯଉବନ ମଉଳିଲା

ବିଷମ ଜୀବନଧାରା ନିର୍ଦ୍ଦେଶେ

ମଥା ଝୁଙ୍କିଯାଏ ଧରଣୀ ସପକ୍ଷେ

ଫୁଙ୍ଗୁଳା ଶରୀର ଭୂମିରେ ମିଶେ ll 5


କେଶରୀ ଉଦ୍ଦାମ ହୀନସ୍ଥlରେ ଆଜି

ସର୍ପବାରି ଲାଗେ ପୁତ୍ର କଳତ୍ର 

ପରିଚୟ ଗୁନ୍ଥା ଜରାଯଉବନ

ଘlଣ୍ଟଇ ଅକୁହା ବେଦନା ଅତ୍ର ll 6


ପକ୍ୱ ରୋମରାଜି ଯୌବନ ଢାଞ୍ଚା କୁ

ବିଦିର୍ଣ୍ଣେ ଆହ୍ୱାନ ଖୋଲାରେ ଦିଏ

ଯଷ୍ଟି ସହାରlକୁ ବେଳ ନଅଣ୍ଟଇ

ଅସ୍ଥି ଖୋଳପାରେ ଜୀବନ ଜୀଏଁ ll 7


ଜୀବନର ଏହି ଯବନିକା କାଳେ

ପତନ ବେଳାର ଆଶା ସୂରୁଯ

କlନ୍ଥିଲାଗି ବୁଣେ ଆୟୁଷ ଆକାଶେ

ଦିବାବସlନର ନାଲି ମୁରୁଜ ll 8



Rate this content
Log in

Similar oriya poem from Tragedy