Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Tragedy Inspirational Others

4  

Sadananda Sahoo

Tragedy Inspirational Others

ଶେଷ ଅଭିନୟ

ଶେଷ ଅଭିନୟ

1 min
326



 ଶେଷ ଶଵଦର ନାଁହି ମୂଲ୍ୟାୟନ

    ଜାଣିଥାଅ କଳାକାର

ଶେଷ ଅଭିନୟ ସ୍ମୃତି ଚିତ୍ରପଟ

    ଅନ୍ତରୀକ୍ଷ ଆଲୋକର ॥


 ଏଭବ ସଂସାର ମୁକ୍ତ ରଙ୍ଗମଞ୍ଚ

     ଅଭିନୟ ଅଭିପ୍ରାୟ

ଜୀବନ ଯୁଦ୍ଧରେ କିଏ ହାରେ ଜିତେ

    କାହାକୁ ମିଳଇ ଶ୍ରେୟ ॥


ସଂସାରେ ସଂସାରୀ ଭାଗ୍ୟକୁ ଆଦରି

    ଅଭିନୟ କରିଚାଲେ 

ଶେଷ ଅଭିନୟ ହୁଏ ନିରୂପଣ

   ପାପପୁଣ୍ୟ ସମତୁଲେ  ॥


ଭାବ ପ୍ରବଣତା ଅଭିନେତା ଦାତା

      ଦର୍ଶକର ଅନୁସଙ୍ଗ

ଉତ୍କଣ୍ଠା ଆବେଗ  ଶେଷଦୃଶ୍ୟ ଅଙ୍କ

      କଳ୍ପନା ପ୍ରସୂତ ରଙ୍ଗ ॥


କିଏ ହସେ କାନ୍ଦେ ଚରିତ୍ର ଆଧାରେ

     କଥାଶିଳ୍ପୀ ଚିତ୍ରଣରେ

ଦୁଃଖସୁଖ ଚିତ୍ର  ହୁଅଇ ପ୍ରତୀତ

    କାହାଣୀର ସମାହାରେ ॥


ଶେଷ ଯବନିକା କାହାଣୀ ସଲଗ୍ନା

     ନାଟକର ଆଲୋଡନ

ନାଟ୍ୟକାର କୃତୀ ପ୍ରଶଂସା ସାଉଁଟି

    ଲେଖନୀକୁ ମଣେ ଧନ୍ୟ ॥


ସାମାଜିକ ଧର୍ମୀ କାହାଣୀ ସରାଗୀ

     ପ୍ରେମ ପ୍ରଣୟର ପିଣ୍ଡ

ବିରହ ଯାତାନା କରେ ଆନମନା 

     ଭୋଗିବାକୁ ପଡେ ଦଣ୍ଡ ॥


ନିଚ୍ଛକ ଜୀବନେ  ଘଟଣା ପ୍ରବାହେ

      ଅଭିନୟ ଏକା ସାର

ସ୍ଥିତି ପରିସ୍ଥିତି ଜୀବନ ସଂଗତି

     ଧର୍ମକର୍ମ  ହୃଦୟର ॥


ଶେଷ ଅଭିନୟ ଛାଡି ଯାଏ ଛାପ

    ଭବରଙ୍ଗ ଭୂମି ତଳେ

ଚିତ୍ର ଚରିତ୍ରର  ଆଲୋକିତ ଦୀପ

     ଲିଭିଯିବ କାଳବଳେ



Rate this content
Log in

Similar oriya poem from Tragedy