STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ମୁଁ କ୍ଷତାକ୍ତ

ମୁଁ କ୍ଷତାକ୍ତ

1 min
319


ମୁଁ ଆଜି କ୍ଷତାକ୍ତ

ଆଜି ମୁଁ ପରାଜିତ

ମୁଁ ଆଜି ଆହତ

ମୋ ମନ ଓ ଶରୀର ବିଷାକ୍ତ ।


ଆଜିର ସମାଜ ମୋତେ

କରି ଦେଉଛି ଉତ୍ଶୃଙ୍ଖଳିତ

ନିଶାଖୋର ବେଶ୍ୟା ଖୋର୍ ହୋଇ

ମୋ ଯୁବ ସୁଲଭ ଢଙ୍ଗ ଢାଙ୍ଗକୁ

ଅସାମାଜିକ କାର୍ଯ୍ୟେ ନିଜକୁ

କରୁଛି ମୁଁ ନିୟୋଜିତ

ମନ ଓ ଆତ୍ମା ମୋ'ର ଆଜି କ୍ଷତାକ୍ତ ।


ଦେଶ ଓ ବିଶ୍ଵ ଆଜି

ମୋ ଯୁବ ଶକ୍ତି କୁ

କରୁଛି ଅପ ବ୍ୟବହୃତ

ଶାନ୍ତି ବଦଳେ ଯୁଦ୍ଧକୁ

କରେ ମୁଁ ଆଦୃତ

ବିଶ୍ଵ ସମାଜ ଆଜି

ମୋ ବିଷ ଜ୍ଵାଳାରେ ଜର୍ଜରିତ

ସମଗ୍ର ବିଶ୍ଵ ସାମାଜିକ ବ୍ୟବସ୍ଥା

ଆଜି ମୋ ରଣ ହୁଙ୍କାରେ

ହେଉଛି ରକ୍ତାକ୍ତ

ସାମାଜିକ ଅଧପତନ ପାଇଁ

ମୁଁ ନିଜେ ନିଜେ ହୁଏ ଅନୁତପ୍ତ

ମନ ଓ ହୃଦୟ ମୋ ଆଜି କ୍ଷତାକ୍ତ ।


ଈର୍ଷା, ହିଂସା ଓ ଦ୍ଵେଷେ

ବିଶ୍ଵ ସମାଜ ଏବେ ପ୍ରକମ୍ପିତ

ସଂସ୍କାର ବିହିନ ଶିକ୍ଷା

ସଭିଙ୍କ ମନକୁ କରୁଛି ବିଷାକ୍ତ

ବେପାରୀ ସଜାଇ ମୋତେ

ଲାଭ ଓ ଲୋଭରେ ମୁଁ ଆଜି ଆସକ୍ତ

ପରିବାର, ପରିବେଶ ଓ ସମାଜ

ସଭିଏଁ ଆମେ କୃତ୍ରିମତାକୁ ଭଲ ପାଇ

ସରବେ ସାଜିଛେ ଅପ୍ରାକୃତ

ପ୍ରକୃତି ମାତା ହୁଏ ଅବହେଳିତ

ସେ ପାଇଁ ମୁଁ ଆଜି କ୍ଷତାକ୍ତ ।


ମିଛ ପ୍ରେମର ବାହାନା କରି

ପ୍ରେମର ସଂଜ୍ଞା ଆଜି କଳଙ୍କିତ

ସବୁଠି ଖାଲି ଏ ମଣିଷ ଖୋଜୁଛି

ତା ଲାଭ ଓ ତା'ର ସ୍ଵାର୍ଥ

ତ୍ୟାଗୀ ଗୁଡା ଏଠି ବଳି ପଡନ୍ତି

ଭୋଗୀ ଙ୍କୁ ଏ ସମାଜ ଦିଏ ଈଜ୍ଜତ

ସତ୍ୟ ଏଠି ହାର୍ ମାନେ

ମିଥ୍ୟା ପାଲଟୁଛି ମହା ସତ୍ୟ

ସମାଜ ସଂସ୍କାର ପରୋପକାର ନାମେ

ଶୋଷଣ କରନ୍ତି ଭଣ୍ଡ ତପସ୍ଵୀ

ଭଣ୍ଡ ବେଶୀ ନେତା ଧରନ୍ତି ଶାସନ ରଥ

ସଚ୍ଚା ଦେଶ ଭକ୍ତ ତ୍ୟାଗୀ ପରୋପକାରୀ

ପ୍ରତି ମୁହୂର୍ତ୍ତେ ହୁଏ ପରାସ୍ତ,

ପରାଜିତ ଓ କ୍ଷତାକ୍ତ

ସେ ପାଇଁ ମୁଁ ଆଜି ଆହତ

ପରାଜିତ ପରାସ୍ତ

ମୋ ମନ ଓ ହୃଦୟ ଆଜି

ଏ ସାମାଜିକ ଚଳଣି ପାଇଁ କ୍ଷତାକ୍ତ

କ୍ଷମତାନ୍ଧଙ୍କ ପାଇଁ

ସମଗ୍ର ମାନବ ସମାଜ ଆଜି

ରକ୍ତାକ୍ତ ଧ୍ବସ୍ତ ବିଧ୍ବସ୍ତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract