ପାଉଁଶ
ପାଉଁଶ
1 min
232
ମୁଠାଏ ପାଉଁଶ ଭିତରେ ଜୀବନ,ନା ଥିବ ସ୍ଵପ୍ନ ନା ଥିବ ଅହଙ୍କାର।
ଜୀଵ ଥିବା ଯାଏଁ ସମସ୍ତେ ମୋର ମୋର,ଚାଲିଗଲା ପରେ କିଏ କାହାର।୧।
ଜୀଵ ଅଛି ତ ଲୋଭ ଅଛି,ଲୋଭ ଅଛି ତ ଜୀବନ ଅଛି,
ମୋହ,ମାୟା, ମୋର,ତୋର,ମୁଁ ମୋର ଅହଙ୍କାର
ଶବ ପାଲଟିବା ପରେ ମଡା, ନା ଥିବ ପର ନା ନିଜର।୨।
ପୁଅ ମୋର ଝିଅ ମୋର,ଘର ମୋର ଜମି ମୋର,
ମୋର ତୋର ମାୟା ଜାଲ,ସ୍ୱାର୍ଥ ନାହିଁ ତ କେହି ନାହିଁ, ମାଟି ବି ନୁହେଁ ନିଜର।୩।
ଜଗତ ମିଥ୍ୟା ମୃତ୍ୟୁ ସତ୍ୟ,ମୃତ୍ୟୁ ସତ୍ୟ ଜଗତ ମିଥ୍ୟା
ବୁଝିବାର ଅଛି ତ ଏବେ ବୁଝ,ଦୀପ ଲିଭିଗଲେ ଟିକେ ପାଉଁଶ।।