STORYMIRROR

Ashok Moharana

Abstract Others

3  

Ashok Moharana

Abstract Others

ଶୀତଳ ବଳାତ୍କାର

ଶୀତଳ ବଳାତ୍କାର

1 min
252

ଭାରୀ ମଜାଲାଗେ !

ରାତ୍ରିର ଅନ୍ଧକାରରେ ବ୍ୟାଘ୍ର ପାଲଟିଯିବା !

ଯେଉଁଦିନୁ ପାଟିରେ ଲାଗିଛି ମଣିଷ ରକ୍ତ!।

ଛିନଭିନ କରି ଖାଇବାରେ ଥାଏ ଆନନ୍ଦ

ମେଞ୍ଚା ମେଞ୍ଚା ମାଂସ କୁ ଛିଣ୍ଡାଇ

ବାଘର ପଞ୍ଝାରେ ଆକ୍ତାମାକ୍ତା

ଚିତ୍କାର ବି ଲାଗେ ମିଠା।

ପ୍ରତିଦିନ ରାତିରେ ଭଲଲାଗେ ବାଘ ପଲଟିଯିବାକୁ

କାରଣ!

ତୁମକୁ ବି ଭଲଲାଗେ

 ବ୍ୟାଘ୍ର ର ନିରବ ଆକ୍ରମଣ!

ଖିନଭିନ କରି ଖାଇବାରେ 

ନା ଥାଏ ପ୍ରତିବାଦ

ନା ଥାଏ ଘାତ ପ୍ରତିଘାତ

ସେଇଥିପାଇଁ ପ୍ରତିଦିନ

ରାତ୍ରିର ଅନ୍ଧକାରରେ ସବାର ହୁଏ ବାଘ

ପିଇବାକୁ ମଣିଷ ରକ୍ତ।

ଆଞ୍ଜୁଳା ଆଞ୍ଜୁଳା ରକ୍ତ

ଢକ ଢକ କରି ପିଇବାରେ ବି ଥାଏ

ସମର୍ପଣ !

କେତେ ବା ପିଇବ ପିଅ !

କେତେ ଦଂଶନ କରିବ କର !

ରକ୍ତ ମାଂସ ତ ତୁମରି ଆହାର।

ତୁମ ଚକ୍ଷୁରେ ଟିକେ ଆନନ୍ଦ ତ !

ମୋ ପାଇଁ !

ଆତ୍ମ ତୃପ୍ତିର ନିରବ ପ୍ରଦର୍ଶନ।

ରାତ୍ରିର ଅନ୍ଧକାରରେ ଗର୍ଜ୍ଜନ କରେ

ସୁସୁପ୍ତ ବ୍ୟାଘ୍ର

ଲମ୍ପ ମାରେ ତ !

ଥାଏ ଆନନ୍ଦ

ବ୍ୟାଘ୍ରର ଗର୍ଜ୍ଜନରେ ସୃଷ୍ଟି ହୁଏ କମ୍ପନ।

ଏବେ ତ !

ସମର୍ପଣର ସମୟ !

ହେ ବ୍ୟାଘ୍ର !

ଭକ୍ଷଣ କର !

ଭକ୍ଷଣ କର !

ଏଇ ତ ସୃଷ୍ଟିର ସମ୍ଭାର !

ବିନାଶର ଶେଷ ସ୍ବାକ୍ଷର !

ସୁପ୍ତ ବା ଜାଗ୍ରତ !

ଏବେ ତ !

ରକ୍ତ ପାନର ସମୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract