ଭୁତ
ଭୁତ


ଅକଲ ମକଲ ଟକଲ ଟିଆଁ
ରାତିହେଲେ କୁନା ହୁଏ ଛାନିଆଁ।।
ଅନ୍ଧାର ରାତିରେ ଭୁତ ଭୁତୁଣୀ
ଗାଁ ବୁଲୁଥାନ୍ତି ଚୁଟିକୁ ଛାଡ଼ି।।
ବଡ଼ ବଡ଼ ଦାନ୍ତ ନଥାଏ ଗୋଡ଼
ଶୂନ୍ୟରେ ଉଡନ୍ତି ଦଳ କୁ ଦଳ।।
ଶଗଡ଼ ପରି ତ ଆଖି ତାଙ୍କର
ନିଆଁ ଜଳୁଥାଏ ଥରକୁ ଥର।।
ସଞ୍ଜ ହେଲେ କୁନା ବୋଉ ପାଖରେ
କନିଧରି ଚାଲୁଥାଏ ସାଙ୍ଗରେ।।
ଯେତେ ବୁଝେଇଲେ ବୁଝେନା ସେତ
ବରଗଛେ ଡାଳେ ରୁହନ୍ତି ଭୁତ।।
କେମିତି ହଟିବ ଭୁତର ଭୟ
ଅଜା ଖୋଜୁଥାନ୍ତି ତାରି ବାଟ।।
ଗାଁ ବରଗଛ ମୂଳରେ ଦୋଳି
ଛୁଆ ପିଲାଙ୍କର ହୋଇଲା ମେଳି।।
ଅଜା ସାଥେ କୁନା ଗଲା ସେଠାକୁ
ଦେଖୁଥିଲା ବରଗଛ ଡାଳକୁ।।
ହନୁ ମାଙ୍କଡ ଟା ଗଛରେ ଥିଲା
ହଲେଇଲା ଡାଳ ଡେଇଁ ଡେଇଁ କା।।
ଭୁତ ଭୁତ ବୋଲି କଲା ଚିତ୍କାର
ଜାବୁଡି ଧରିଲା ଅଜାଙ୍କ ହାତ।।
ଅଜା ବୁଝାଇଲେ କୁନାକୁ ଧରି
ମାଙ୍କଡ଼ ଡେଉଁଛି ଡାଳରେ ଚଢି।।
ଭୁତ ଫୁତ ଏଠି କେହି ନାହାନ୍ତି
ଏସବୁ ମନର ଦୁର୍ବଳ ଭ୍ରାନ୍ତି।।
ଆଖି ଖୋଲି କୁନା ଚାହିଁ ଦେଖିଲା
ହନୁ ମାଙ୍କଡ଼ ଟା ଦେଉଛି ଭଲା।।
ହଲାଉଛି ଡାଳ ଖେଳୁଛି ଖେଳ
ଭୁତ ନୁହେଁ କେହି ସେତ ମାଙ୍କଡ଼।।
ହସି ହସି କୁନା ପଡ଼ିଲ ଗଡି
ତାକୁ ଦେଖି ଛୁଆ ମାରିଲେ ତାଳି।।