Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Abstract Tragedy

4.5  

Pranati Panda

Abstract Tragedy

ମୋହଭଙ୍ଗ

ମୋହଭଙ୍ଗ

1 min
272



ଆଜି ମୁଖାପିନ୍ଧା ମଣିଷ ମାନେ ହିଁ

ସମାଜରେ ପରିଚିତ ,

ମିଛ ଅଭିନୟ ମୁଖଟା ଭିତରେ

ହୃଦୟ କରନ୍ତି କ୍ଷତ ।୧।


ବରଷା ଯୁଆଡ଼େ ଛତା ବି ସିଆଡେ

ସ୍ୱଭାବେ ଏହି ଚରିତ୍ର ,

ସ୍ପଷ୍ଟ ଦିବାଲୋକେ ଅସ୍ପଷ୍ଟ ଲାଗନ୍ତି

ମଣିଷ ବଡ଼ ବିଚିତ୍ର ।୨।


ବହୁରୂପୀ ରୂପ ଭିନ୍ନ ମୁଖା ପିନ୍ଧି

ଆପଣାପଣ ଦେଖାନ୍ତି ,

ମିଛ ଅଭିନୟ ଛଳନା ବାଣୀରେ

ବିଶ୍ୱାସେ ବିଷ ଦିଅନ୍ତି ।୩।


ମଧୁ ବୋଳା ମିଠା କଥାରେ ମୋହନ୍ତି

ଛଳନାର ହସ ହସି ,

ରଙ୍ଗ ବଦଳାନ୍ତି ଏଣ୍ଡୁଅ ପରିକା

ପ୍ରବଣତା ପରକାଶି ।୪।


ହୃଦୟ ଭାବନା ସହ ଖେଳିଥାନ୍ତି

ମିଛ ସମ୍ମୋହନ ବଳେ ,

ନିରୁତା ସମ୍ପର୍କ ଭାଙ୍ଗି ଦେଇଥାନ୍ତି

ଛଳନାର ମୁଖା ତଳେ ।୫।


ଆବେଗ ବନ୍ଧନ ସ୍ନେହ ଶ୍ରଦ୍ଧା ଭାବ

ମୂଲ୍ୟ ଏ' କାହୁଁ ଜାଣିବେ ? 

ଗ୍ରାହକ ଦୋକାନ ଖୋଜିଲା ପରିକା

ନୂଆ ବନ୍ଧୁ ଖୋଜିନେବେ ।୬।


ଏହି ମୁଖାପିନ୍ଧା ଚରିତ୍ର ମାନେ ହିଁ

ଅନ୍ଧାର ପରି ରହନ୍ତି ,

ସତ୍ୟର ଆଲୋକ ପ୍ରକାଶ ପାଇଲେ

ଧୀରେ ଧୀରେ ହଜିଯା'ନ୍ତି ।୭।


ସରିଯାଏ ସବୁ ଆଶା ପ୍ରତ୍ୟାଶାର

ସମ୍ମୋହନ ଛଳ ବାଣୀ ,

ସମୟ ସହିତ ବ୍ୟକ୍ତି ପରିଚୟ

ହୃଦୟ ପାରଇ ଜାଣି ।୮।


ହୃଦୟ ଭାଙ୍ଗିଲେ ଶଦ୍ଦ ହୁଏନାହିଁ

ପ୍ରତାରଣା ବିଷ ବଳେ ,

ମିଛ ବନ୍ଧନର ସମ୍ପର୍କର ମୋହ

ବୋହିଯାଏ ଆଖି ଜଳେ ।୯।


ବେଳେ ବେଳେ କିଛି ଏମିତିକା କଥା

ହୃଦୟକୁ ବାଧିଯାଏ ,

ବେଳ ଅବେଳରେ ମନରେ ପଡ଼ିଲେ

କଲମରେ ଝରିଯାଏ ।୧୦।


ସମୟର ଖେଳ ନୁହଁଇ ସରଳ

ବିଶ୍ୱାସର ବିଶ୍ବ ପାଇଁ ,

ବହୁରୂପୀ ଭାଷ ଚିହ୍ନାଏ ଅବଶ୍ୟ

ମୋହଭଙ୍ଗ ହେବାପାଇଁ ।୧୧।


     


Rate this content
Log in

Similar oriya poem from Abstract