STORYMIRROR

Kara Bijay

Tragedy

4  

Kara Bijay

Tragedy

ସ୍ଥିର ହୋଇ ଯାଇଥିବା ଜୀବନର ଆଶା

ସ୍ଥିର ହୋଇ ଯାଇଥିବା ଜୀବନର ଆଶା

1 min
391

ହଠାତ୍ ଯେପରି

ମୋ ଜୀବନଟା ଅଟକିଗଲା 

ଗତି ସ୍ଥିର ହେଇଗଲା

ବାୟୁ ପ୍ରବାହ ଯେପରି

ଅଟକିଗଲା 

ନଦୀର ସ୍ରୋତ ଯେପରି

ସ୍ଥିର ହେଇଗଲା

ସୂର୍ଯ୍ୟଙ୍କ ଗତି ଯେପରି

ସ୍ଥିର ହେଇଗଲା ।।


ଗଛ ପତ୍ର ଯେପରି

ନିଃଶ୍ଚଳ ହେଇଗଲା

ଚତୁର୍ଦିଗ ଯେପରି

ନିରବ ନିଃଥର ପାଲଟିଗଲା

ପୃଥିବୀର ଘୂର୍ନନ ଯେପରି

ଅଟକିଗଲା 

ମୋ ଜୀବନ ଯେପରି

ସ୍ଥିର ସ୍ଥାଣୁ ପାଲଟିଗଲା ।।


ମୋ ହୃତସ୍ପନ୍ଦନ ଯେପରି

ବନ୍ଦ ହେଇଗଲା

ମୋ ଚତୁର୍ଦିଗରେ ଯେପରି

ନିଃସ୍ତବ୍ଧତା ଛାଇଗଲା

ଜୀବନର ସମସ୍ତ କୋଳାହଳ ଯେପରି 

ଶୂନ୍ୟତାରେ ଭରିଗଲା

ମୋ ଜୀବନରେ ଯେପରି

ଖାଲି ଶୂନ୍ୟତାହିଁ ଶୂନ୍ୟତା ।।


ମୁ ଜଣେନି 

ପୁଣି କେବେ ମୋ ଜୀବନ

ଚଳଚନ୍ଚଳ ହୋଇ ଉଠିବ

ଶୂନ୍ୟତା ଦୂର ହେଇଯିବ

ପୁଣିଥରେ ମୋ ଦୁନିଆ ହସିଉଠିବ

ମୁଁ ଜାଣେନି

ପୁଣି କେବେ, ମୋ ଜୀବନରେ

ସୂର୍ଯ୍ୟ ଉଁଇବ, ଅନ୍ଧକାର ଦୂରେଇଯିବ ।।


କିନ୍ତୁ 

ମୁଁ ଦୃଢ ନିଃଶ୍ଚିତ

ମୋ ଜୀବନରେ

ପୁଣିଥରେ ସୂର୍ଯ୍ୟ ଉଁଇବ

ପୁଣି ଏକ 

ନୂଆ ସକାଳ ଆସିବ 

ପୁଣି,ଅଟକିଯାଇଥିବା 

ଜୀବନଟା ଚଳଚନ୍ଚଳ ହେଇଉଠିବ ।।


ନିଃଶ୍ଚଳ ହୋଇଯାଇଥିବା ବାୟୁ

 ନୂତନ ଫଲଗୁ ନେଇ ପ୍ରବାହିତ ହେବ

ଅଟକିଯାଇଥିବା ନଦୀର ସ୍ରୋତ

ପୁଣି କଳ କଳ ହୋଇ ବହିଯିବ

ସ୍ଥିର ହୋଇଯାଇଥିବା ଗଛପତ୍ର 

ପୁଣି ଚଳଚନ୍ଚଳ ହୋଇ ଉଠିବ

ସ୍ଥିର ହୋଇଯାଇଥିବା ପୃଥିବୀ 

ପୁଣି କକ୍ଷ ପଥରେ ଆଗେଇଯିବ ।।


ପୁଣିଥରେ ମୁଁ ଆଗେଇ ଯିବି

ମୋ ଲକ୍ଷ ପଥରେ

ମୋ ସ୍ୱପ୍ନ ଗୁଡିକ 

ପୁଣି ଉଜ୍ଜୀବିତ ହୋଇଉଠିବ

ମୋ ଭିତରର ଶୂନ୍ୟତା

ପୁଣି କୋଳାହଳରେ ଭରିଯିବ

ହଠାତ୍ ସ୍ଥିର ହୋଇଯାଇଥିବା

ମୋ ଜୀବନ ଗତିଶୀଳ ହୋଇଉଠିବ ।


Rate this content
Log in

Similar oriya poem from Tragedy