ସ୍ମୃତି ଏକ ହଜିଲା ଅତୀତର
ସ୍ମୃତି ଏକ ହଜିଲା ଅତୀତର
ଖୋଲା ଆକାଶ ତଳେ
ଘାଷର ଗଲିଚା ଉପରେ
ଶୋଇ ରହିଥାଏ, ଯେତେବେଳେ
ଭାବୁଥାଏ, ତୁମରି କଥା ସେତେବେଳେ !
ଜହ୍ନ ରାତିରେ
ତାର ତରଳ ଜୋଛନାରେ
ଗାଧୋଇ ପଡୁଥାଏ ଯେତେବେଳେ
ସେହି, ଅନାମନା ମନେପଡି ଯାଉଥାଏ ।
ସେତେବେଳେ, ତମ କୋଳର ତମ
କୋଳର ଉଷ୍ମତା ମନେ ପଡିଯାଏ
ଏକ ଅନନ୍ୟ ଶିହରଣ ସଂଚରି ଯାଏ
ମୋ ଦେହରେ,
ହେଲେ, ଏସବୁ ଅତୀତ ପାଲଟି ଯାଇଥାଏ
ବହି ଯାଇଥାଏ ନଦୀର ସ୍ରୋତରେ
ଏବେ ଲୀନ ହେଇଯାଇଛି ସମୁଦ୍ର ଗର୍ଭରେ ।
ହେଲେ ଏଯାଏଁ ଜୀବିତ ରହିଛି ମୋ ଛାତିତଳେ
ମନେପଡେ ଯେତେବେଳେ,
ଛାତିଟା ଚିପୁଡି ହେଇ ଯାଉଥାଏ,
ଆଖି ଭିଜି ଯାଉଥାଏ ଲୁହର ବନ୍ୟାରେ!
ତମର ଏକଥା କେବେ ମନେପଡେ?
ହୁଏତ ନା ,
ତମେ ଆଶ୍ରୟ ନେଇଥାଅ ,
ତମ ସ୍ୱାମୀର ନିରାପଦ ବକ୍ଷରେ
ସେତେବେଳେ ମୋ ଆଖି
ଧୋଇ ହୋଇ ଯାଉଥାଏ
ଲୁହର ବନ୍ୟାରେ ।
