STORYMIRROR

Lingaraja Dash

Tragedy Inspirational

4  

Lingaraja Dash

Tragedy Inspirational

ସନ୍ତାନ

ସନ୍ତାନ

1 min
401

ସନ୍ତାନ ଅଟଇ ହୃଦୟ କୁକୁଡ଼ା

          ପ୍ରତ୍ୟେକ ଜନକ ଜନନୀଙ୍କର,

ତାକୁ ପାଇବାକୁ ହରି କେ ପୂଜଇ

           କିଏ ପୂଜୁଥାଏ ଶିବଶଙ୍କର ।

କେତେ ପୂଜା କେତେ ବ୍ରତ ଉପବାସ

          କରନ୍ତି ଗୋଟିଏ ସନ୍ତାନ ପାଇଁ,

ମିଳିଗଲେ କୁନି କଳିକା ଗୋଟିଏ

           ଖୁସିର କଳନା କରି ନୁହଁଇ ।

ମନେ ରଖିଥାନ୍ତି କେତେ ଯେ ଭାବନା

         କେତେ ଯେ କଳ୍ପନା ଶୁଭ୍ର, ସୁନେଲି,

ମନ ଭରିଯାଏ ଅସୀମ ଆନନ୍ଦେ

         ହସି ଦିଏ ଯେବେ ସେ ଖିଲିଖିଲି ।

ସବୁ ଖୁସି ସବୁ ଆନନ୍ଦ ଅଜାଡ଼ି.....

           ଦିଅନ୍ତି ନିଜର ସନ୍ତାନ ପାଶେ,

ସମସ୍ତ ସାମର୍ଥ୍ୟ ଖଟାଇ ଦିଅନ୍ତି

            ରଖିବାକୁ ତାକୁ ମନ ହରଷେ ।

ବେଳ ଚାଲିଯାଏ ଚକ ଗଡିଯାଏ

            ବିକଶିତ ହୁଏ ଛୋଟିଆ କଢ଼,

ପାଠଶାଠ ପଢ଼ି ହୁଏ ସ୍ବାବଲମ୍ବୀ

           ସମ୍ମୁଖୀନ ହେବ ସଂସାର ଝଡ଼ ।

ହାତକୁ ଦିହାତ କରି ସନ୍ତାନକୁ

           ଜନକ ନିଅନ୍ତି ସ୍ୱସ୍ତି ପ୍ରଶ୍ୱାସ,

ଜନନୀ ଦେଖନ୍ତି କଳ୍ପନା ନୟନେ

           ତାଙ୍କ ଫୁଲ ଗଛ ଆଜି ପୁଷ୍ପିତ ।

ଅବଶ ଅଙ୍ଗରେ କରନ୍ତି ପ୍ରତୀକ୍ଷା

          ପାଇବାକୁ ଟିକେ ସନ୍ତାନ ଯତ୍ନ,

ଜାଣିପାରନ୍ତି ନି ହୃଦୟଟୁକୁଡ଼ା

           ପତ୍ନୀ/ପତି ପାଶେ ଯେ ପରାଧୀନ।

ଦୁହିତା ଟି ଦୁଇ କୁଳକୁ ହିତା ସେ

             ସ୍ବାମୀ ସନ୍ତାନର ସୁଖରେ ଵନ୍ଧା

ଭୁଲିବାକୁ ବାଧ୍ୟ ଜନକ ଜନନୀ

             ଭୋଗୁଛନ୍ତି ଆଜି କି ଅସୁବିଧା।

ଶାଶୁ ନଣନ୍ଦଙ୍କ ଅର୍ଗଳି ଭିତରେ

            ଅଟକି ଯାଇଛି ତା ସ୍ଵାଧୀନତା,

ଇଛା ଥିଲେ ମଧ୍ୟ ଉପାୟ ତା ନାହିଁ

            ଭେଟିବାକୁ ଥରେ ତା ପିତାମାତା।

କାଲି ଯିଏ ଥିଲା ପିତୃ ମାତୃ ଭକ୍ତ

             ବାଧ୍ୟ ସନ୍ତାନ ଟିଏ,

ଆଜି ସିଏ ପତ୍ନୀ ହାତେ ଚାବିଦିଆ

             କାଠ ଅବା କାଚ କଣ୍ଢେଇ ଟିଏ।

ବେଳନାହିଁ ତା'ର ବୁଝିବାକୁ ଦୁଃଖ

             ଅସମର୍ଥ ବୃଦ୍ଧ ଜନକ ଙ୍କର,

ଜନନୀ ତା ଆଜି ମାଟିରେ ପଡ଼ୁଛି

              ଦେହ ଢାଙ୍କିବାକୁ ଚିରା ଚାଦର।

ହସଖୁସି ତାର ପତ୍ନୀ ପୁତ୍ର ପାଇଁ

              ଦରମରା ବୁଢ଼ାବୁଢ଼ୀ ଅଡ଼ୁଆ,

ତାଙ୍କ ପାଇଁ ଖୋଜେ ବାର୍ଦ୍ଧକ୍ୟ ଆଶ୍ରମ

             ପତ୍ନୀ ଦେବ କାଳେ ଝାଡୁ ବାଡ଼ିଆ।

ଏବେବି ବଞ୍ଚିଛି ଅପତ୍ୟ ମମତା

             ବଞ୍ଚିରହିଛି ବି ସନ୍ତାନ ଭକ୍ତି,

ବୈକୁଣ୍ଠ ସମାନ ଅଟେ ସେହି ଘର

             ଅଛି ଯହିଁ ସ୍ନେହ,ମଧୁ ଭାରତୀ।          

ସମ ନୁହେଁ କେବେ ପାଞ୍ଚ ଆଙ୍ଗୁଠି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy