ବାହାଦୂରୀ
ବାହାଦୂରୀ
1 min
111
ଆଉ କିଏ ହେବ ତୁମସରି ହେ
ଦୁଃଖ ହାରି।
କାଠ ହେଲି ଶୁଣି ଶୁଣି ତୁମ ବାହାଦୁରି
ହେ ଦୁଃଖ ହାରି
ଅଳିକଲା ହାତ ପାତି ଶ୍ରୀ ଗୁଣ୍ଡିଚା ରାଣୀ,
ଦୁଇ ଭାଇ ବୁଲିଗଲ ସାଥିରେ ଭଉଣୀ
ଛାଡିଗଲ ମନ୍ଦିରରେ ସାଗର ଦୁଲଣୀ
ହେ ନୀଳମଣି
କାନ୍ଦନ୍ତି ସେ ବାହୁନି ବାହୁନି
ଦ୍ଵାପର ରେ ପ୍ରୀତି କଲା ରାଈ ବିନୋଦିନୀ,
କୁଞ୍ଜବନେ କେଳିକଲ ଦିବସ ରଜନୀ,
ମଥୁରା ଚଳିଲ ଛାଡି କୁଞ୍ଜ ବିଳାସିନୀ
ହେ ବେଣୁ ପାଣି,
ନୟନୁ ତା ବୁହାଇଲ ପାଣି
ଯୁଗେ ଯୁଗେ ଭଗବାନ ତୁମେ ନିଦାରୁଣ,
ଭକତ ଙ୍କୁ ଦିଅ ତୁମେ ଅଶେଷ କଷଣ
ଡାକି ଡାକି ତୁମ ନାମ ବେଳଯାଏ ସରି
ହେ ଦୁଃଖ ହାରି,
ଯୋଗନିଦ୍ରା ଭାଙ୍ଗେନା ତୁମରି।
