STORYMIRROR

Lingaraja Dash

Others

3  

Lingaraja Dash

Others

ବାହାଦୂରୀ

ବାହାଦୂରୀ

1 min
120


ଆଉ କିଏ ହେବ ତୁମସରି ହେ

    ଦୁଃଖ ହାରି।

କାଠ ହେଲି ଶୁଣି ଶୁଣି ତୁମ ବାହାଦୁରି

  ହେ ଦୁଃଖ ହାରି

ଅଳିକଲା ହାତ ପାତି ଶ୍ରୀ ଗୁଣ୍ଡିଚା ରାଣୀ,

      ଦୁଇ ଭାଇ ବୁଲିଗଲ ସାଥିରେ ଭଉଣୀ

ଛାଡିଗଲ ମନ୍ଦିରରେ ସାଗର ଦୁଲଣୀ

         ହେ ନୀଳମଣି

କାନ୍ଦନ୍ତି ସେ ବାହୁନି ବାହୁନି ‌

ଦ୍ଵାପର ରେ ପ୍ରୀତି କଲା ରାଈ ବିନୋଦିନୀ,

       କୁଞ୍ଜବନେ କେଳିକଲ ଦିବସ ରଜନୀ,

ମଥୁରା ଚଳିଲ ଛାଡି କୁଞ୍ଜ ବିଳାସିନୀ

     ହେ ବେଣୁ ପାଣି,

ନୟନୁ ତା ବୁହାଇଲ ପାଣି

ଯୁଗେ ଯୁଗେ ଭଗବାନ ତୁମେ ନିଦାରୁଣ,

       ଭକତ ଙ୍କୁ ଦିଅ ତୁମେ ଅଶେଷ କଷଣ

ଡାକି ଡାକି ତୁମ ନାମ ବେଳଯାଏ ସରି

      ହେ ଦୁଃଖ ହାରି,

ଯୋଗନିଦ୍ରା ଭାଙ୍ଗେନା ତୁମରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍