ଆଜିର ନାରୀ
ଆଜିର ନାରୀ
ପାଶ୍ଚାତ୍ୟ ସଂସ୍କୃତି ପଛରେ ଗୋଡ଼େଇ
ନାରୀ ଭୁଲିଛି ସଂସ୍କାର,
ଶିକ୍ଷା, ଦୀକ୍ଷା, ବେଶ,ଭୂଷାରେ ସୁସ୍ପଷ୍ଟ
ଅର୍ଦ୍ଧ ନଗ୍ନ କଳେବର।
ଯୌବନର ବିଷକୁମ୍ଭେ,
ବିଷାକ୍ତ କରାଇ ସମାଜ ତାରୁଣ୍ୟ
ନିର୍ଲଜ୍ଜାରେ ହସେ ଦମ୍ଭେ। ୧
ଶାଶୁ ଆଜି ତା'ର ଘର ଚାକରାଣୀ
ଶ୍ବଶୁର ଘରର ଦାସ,
ବାସୀଶେଜେ ବସି ଚାହା ଆଣିବାକୁ
ଯାଆକୁ ଦିଏ ଆଦେଶ,
ମୁକୁଳିତ କେଶ ବାସ,
ନିଜେ ଯେଉଁପରି ସନ୍ତାନେ ସେପରି
ହେବାକୁ ଦିଏ ନିର୍ଦ୍ଦେଶ। ୨
ସ୍ବେଛାଚାରୀ ସାଜି ନିଜ ଅଭିରୁଚୀ
ନଦିଦିଏ ପରିବାରେ,
ନାରୀ କମିଶନ ଧମକ ଦେଖାଇ
ଆତଙ୍କ ଖେଳାଏ ଘରେ।
ସ୍ବାମୀ ତା କିଣା ଚାକର,
ଓଲମ ବିଲମ କରିଲେ ଆଦେଶ
ବାସସ୍ଥାନ କାରାଗାର, ୩
ନାରୀ ଯଦି ଆଜି ସ୍ବେଚ୍ଛାଚାରୀ ହୁଏ
ଘର ସଜାଡ଼ିବ କିଏ?
ସମାଜ ଶୃଙ୍ଖଳା ପଛରେ ପକାଇ
ପାଶ୍ଚାତ୍ୟ ପଛରେ ଧାଏଁ,
ସାଙ୍ଗସାଥୀ ମେଳେ ଯାଏ,
ବିଦେଶୀ ପାନୀୟ ପିଆଲାକୁ ଧରି
ତାଳେ ତାଳେ ନଗ୍ନନାଚେ ଝୁମେ ।୪।
ଏ ସମାଜ ଆଜି ରସାତଳ ଗାମୀ
ଆଧୁନିକତାର ନାମେ,
ସିଧା ରାସ୍ତା ଛାଡ଼ି ସମାଜର ରଥ
ଭୁଲ୍ ପଥରେ ଗମେ,
ଏଥିପାଇଁ ଦାୟୀ କିଏ ?
ପାଶ୍ଚାତ୍ୟ ସଂସ୍କୃତି ନାରୀ ସ୍ବାଧିନତା
ନାରୀ କମିଶନ ଅବା ଆମେ ?
