STORYMIRROR

Lingaraja Dash

Crime

3  

Lingaraja Dash

Crime

ପାଷାଣୀ

ପାଷାଣୀ

1 min
203


ପ୍ରତୀକ୍ଷା ଦୀପାଳି ଜାଳି ପାଷାଣୀ ଅହଲ୍ୟା,

ଚାହିଁଛି କେବେ ଆସିବେ ଦଶରଥ ବଳା,

     ତାକୁ ଦେବେ ଦିବ୍ୟ ସ୍ପର୍ଶ

ସେ ସ୍ପରଶେ ଦୂର ହେବ ଅର୍ଜିଲା କଳୁଷ।

ଶୃଙ୍ଗାର ସାରିଣ ଥିଲେ ପତି ପ୍ରତୀକ୍ଷା ରେ,

ଆସିବେ ଗୌତମ ସାରି ତପସ୍ୟା,କୁଟୀରେ,

      ଢାଳି ସ୍ୱଚ୍ଛ ଗଙ୍ଗା ନୀର,

ଧୋଇଦେବେ ସ୍ୱାମୀଙ୍କର ପବିତ୍ର ପୟର,।  

      ପୁଣ୍ୟ ଲଭିବେ ଅପାର।

ଫେରିଲେ ଗୌତମ ସାରି କଠୋର ତପସ୍ୟା,

ଚକ୍ଷୁ ରେ ଦେଖିଣ ତାଙ୍କ ପ୍ରଣୟ ଲାଳସା,

      ଅର୍ପିଦେଲେ ଦିବ୍ୟ ତନୁ,

ପତ୍ନୀ ଧର୍ମେ ସେବାକଲେ ଶଙ୍କା ତେଜି ମନୁ,

       ଶଙ୍କି ଗଲେଟି ଅତନୁ।

ଅକସ୍ମାତେ ଅଘଟଣ ଘଟିଲା ଅଦ୍ଭୁତ,

ଦିବ୍ୟ ତେଜେ ଗଉତମ ଦ୍ୱାରେ ଉପଗତ,

      ଧରି ମାର୍ଜାର ସ୍ବରୂପ,

ବାତାୟନ ପଥେ ଧାଏଁ ଏ କେଉଁ ଦୁର୍ବୁତ,?

       ଦେବୀ ହୋଇଲେ ଶଙ୍କିତ।

ଧ୍ୟାନ ବଳେ ଅବଗତ ଯୋଗୀ କାରୁଣୀକ,

ଗୁରୁ ପତ୍ନୀ ରୂପେ ଲୁବ୍ଧ ଦେବ ବଳାହକ,

        ଧରି ଗୌତମ ସ୍ବରୂପ,

ପ୍ରତାରଣା କରିଛନ୍ତି ଅହଲ୍ୟା ସହିତ।

       ସସ୍ର ଯ୍ୟୋନୀଧାରି ହୁଅ ଗୌତମର ଶାପ।

କମ୍ପୁଥିଲେ ଲଜ୍ଜା, ଘୃଣା, ଭୟେ ଋଷିପତ୍ନୀ,

ଅଜାଣତେ ଏତେଘୃଣ୍ୟ ଅପରାଧ ଘଟିଲା କେମିତି?

       ଜାର ପୁରୁଷର ଶ୍ବାସ,

ଚିର ପରିଚିତ ଭାବି କଲେ ସର୍ବନାଶ,

       ଦଣ୍ଡ ଭୋଗିବେ ଅବଶ୍ୟ।

କ୍ଷୁବ୍ଧ ଗୌତମ ଭାଷନ୍ତି ମର୍ମାହତ ବାଣୀ,

ଅପବିତ୍ର ତବ ତନୁ ତେଜିଲି ଏକ୍ଷଣି,

     ହୁଅ ପ୍ରସ୍ତର ସ୍ବରୂପ

ଆଶ୍ରମ ଅଙ୍ଗନେ ଥାଅ ଘେନି ସ୍ବାମୀ ଶାପ,

ମୁକତି ଲଭିବ ପାଇ ରାମ ପଦସ୍ପର୍ଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime