STORYMIRROR

Chittaranjan Nanda

Abstract Action Crime

4  

Chittaranjan Nanda

Abstract Action Crime

ମଣିଷ ଏକୁଟିଆ ହେଇ ଯାଉଛି

ମଣିଷ ଏକୁଟିଆ ହେଇ ଯାଉଛି

2 mins
352


ଧର୍ମ ନିର୍ବିଶେଷରେ ମାନବ ସଭ୍ୟତାରେ, ବିଭିନ୍ନ 

ସାମାଜିକ ପରବ ଓ ପ୍ରଥା ରହିଛି,

ଜନସଂଖ୍ୟା ବୃଦ୍ଧି ପାଇଛି, କିନ୍ତୁ ସାମାଜିକ ପ୍ରାଣୀ 

ହେଲେ ମଧ୍ୟ ଏକୁଟିଆ ହେଇ ଯାଉଛି ।୧।


କୌଣସି ବ୍ୟକ୍ତିର ସାମାଜିକ ସମ୍ପର୍କ ଗୁଣାତ୍ମକ 

ଓ ପରିମାଣେ ଯଦି କ୍ଷତିଗ୍ରସ୍ତ ହୁଏ,

ସେଇ ବ୍ୟକ୍ତିଟି ଏକୁଟିଆପଣର ଶିକାର ହୋଇ

ଛନ୍ତି ବୋଲି ବିଞାନରେ ଧରାଯାଇଥାଏ ।୨।


ଏଠାରେ ମୋର ବଶିଷ୍ଠ ରୁଷିଙ୍କର ଏକ ସଂସ୍କୃତ

ର ଉକ୍ତି, ମନ ଭିତରକୁ ପଶି ଆସେ,

ଯାହାକୁ ମୁଁ ଆପଣ ମାନଙ୍କ ପାର୍ଶ୍ୟରେ ପ୍ରକାଶ କରଇ 

ସରବ ମଣିଷଙ୍କ ଭାବନା ସକାଶେ ।୩।

"ଧର୍ମଂ ଚରତ ମାଧର୍ମଂ ସତ୍ୟଂ ବଦତ ମାନୃତମ୍

ଦୀର୍ଘଂ ପଶ୍ୟତ ମା ହ୍ରସ୍ୱଂ ପରଂ ପଶ୍ୟତେ ମା'ପରମ୍ "


ଧରମକୁ ଆଚରଣ କରି ଚାଲିବା, ଅଧର୍ମ ପଥକୁ 

ଜୀବନ ରାସ୍ତାରୁ ପରିତ୍ୟାଗ କରିବା,

ମିଥ୍ୟାକୁ ଛାଡି ସତ୍ୟକୁ କହିବା, କ୍ଷୁଦ୍ରତାର ଦୃଷ୍ଟି

କୋଣ ତ୍ୟାଗ କରି ଦୂରଦର୍ଶୀ ହେବା ।୪।


ହିଂସା, ଦ୍ୱେଷ, ପରଶ୍ରୀକାତରତା ଗୁଣକୁ ଧାରଣ 

କରି ବ୍ୟକ୍ତି କରେ ଶତୃତା ଆଚରଣ,

ସେଇ ଗୁଣ ସବୁକୁ ଘୃଣା କରି ଶତୃକୁ ନଦୂରେଇ 

କରିବା ତାଠାରେ ଶ୍ରଦ୍ଧା ଆଚରଣ ।୫।


ପୁଂଜିବାଦ ଆମ ଯୌଥ ପରିବାରକୁ କରିଛି ଧ୍ୱଂସ,

ନିଜେ ହିଁ ବଞ୍ଚିବା ପାଇଁ କି ସଂଘର୍ଷରତ,

କାଳର କବଳିତ ହୋଇ, ଆମେ ମଣିଷ ସବୁ, ନିଜ 

ପାଇଁ ନିଜ କର୍ମେ ସଦା ବ୍ୟସ୍ତ ।୬।

 

କର୍ତ୍ତବ୍ୟକୁ ଭୁଲି ଧନଲାଭ ପାଇଁ, ମାନବିକତାର 

ପରିଚୟ ଛାଡି, ପାଲଟି ଯାଇଛେ ଅମଣିଷ 

ସଦ ବୁଦ୍ଧି ଛାଡିଛେ, ଅବିଚାର ପଥ ଭଲ ଲାଗଇ, 

ହୋଇଛେ ଯେହେତୁ ସ୍ଵାର୍ଥର ବଶ ।୭।


ପୁଂଜିବାଦର ଅଗ୍ନି ଶିଖାରେ ଅତୀତ ଜଳୁଛି, ଯୁବ

ଗୋଷ୍ଠୀ ପଡିଛି ବେକାରୀର ଅନ୍ଧ ଗୁହାରେ 

ପରାଜୟର ଗ୍ଲାନିବୋଧରେ ପଳାତକଟିଏ ସାଜି 

ଆଶ୍ରୟ ନିଏ ଏକୁଟିଆ ଜୀବନ, ଇଣ୍ଟର୍ନେଟରେ ।୮।


ବିଶ୍ୱାସ, ତ୍ୟାଗ ଓ ସତ୍ୟର ସ୍ୱରୂପ ଅଭାବରେ ସମ୍ପର୍କ

ର ସୌଧ ଭୁଷିଡି ପଡିଛି ତଳେ 

ଦୁର୍ନୀତିରେ ବୁଡି, ଧାର୍ମିକ ବୋଲାଇ, ଜଗତର ଅହିତ 

ସାଧନ ନିମନ୍ତେ ମଣିଷ ଚିତା କାଟଇ ଭଲେ ।୯।


ହଜିଯାଏ ମାନ ମହତ, ବିବେକ ଖଟାଇ କରିବା 

କର୍ମକୁ ଛାଡି ଅପଥକୁ ଯାଉଛେ ଚାଲି

ସୁବିଧାଟା ନେଇ, ଅକୃତଜ୍ଞ ହେଉ ଦେଖିଲେ କେବେ, 

ମୁହଁକୁ ଆଡେଇ ଅନ୍ୟ ଆଡ଼େ ଯାଉ ଚାଲି ।୯।


ଦୁର୍ବଳ ଆର୍ଥିକ ସ୍ଥିତିରେ ମଣିଷ ମନରେ ସାହାଯ୍ୟ 

କରେ ଏକୀକୀଭାବର ବୃଦ୍ଧି ପାଇଁ

ଜୀବନେ ଯଦି ସତ୍ୟର ପ୍ରଭାବ ମଣିଷ ମନରେ 

ନାହିଁ, ତାହାର ଶାନ୍ତି ଆସିବ ଯେ କାହିଁ ।୧୦।


ରାଜନୈତିକ ନେତା ମାନେ ଦୁର୍ବଳ ଆର୍ଥିକ ସ୍ଥିତିର 

ଫାଇଦା ନେଇ ଅନ୍ଧାରରେ ବୁଲୋଉଛନ୍ତି

ରାତା ରାତି କୋଟିପତି ହୋଇ, ଆଇନ୍ କାନୁନ୍ ହାତ

ରେ ରଖି ଲୁଟି ଅୟସ କରି ଚାଲିଛନ୍ତି ।୧୧।


ଧନ ବଳରେ ଜଗତ ଜିଣିବେ ଭାବନ୍ତି ତାଙ୍କ ଆଦେଶ

ରେ ଚାଲିବ ସାରା ଦୁନିଆ,

ଆଜି ଟଙ୍କା ବଳବାନ, କିପରି ଏକୁଟିଆପଣର ଅନ୍ଧାର 

ହଟିବ, ଆଲୋକ ଆସି ହୋଇବ ଠିଆ ।୧୨।


ମନେ ପଡେ ତେଣୁ ଚିନ୍ତାମଣି ମହାନ୍ତିଙ୍କ କବିତା ପଂକ୍ତି,

"ରତ୍ନ ପିଂଜୁରୀରେ ଦୁଧ ସର ଖାଇ,

କୁଆଟା ହେବ କି ଶୁଆ, ସୁବର୍ଣ କେଶର ଗୁଂଜି ଦେଲେ 

ହେବ ଭୁଆଟା କି ସିଂହ ଛୁଆ" ।୧୩।



Rate this content
Log in

Similar oriya poem from Abstract