STORYMIRROR

ASHIS KUMAR SWAIN33

Tragedy Crime

4  

ASHIS KUMAR SWAIN33

Tragedy Crime

ଆତ୍ମଦାହ

ଆତ୍ମଦାହ

1 min
297

         



           ଜୟ ମା ତାରିଣୀ କୃପା


  କେତେବଳେ ଖବରକାଗଜର ପୃଷ୍ଠାରେ

    ପୁଣି ଟେଲିଭିଜନର ପରଦାରେ   

    ସେ ପ୍ରଚାରିତ ଏକ ଖବର

     ସହସ୍ର ଜନଙ୍କ ତୁଣ୍ଡରେ।।


   ନ୍ୟାୟିକ ବ୍ୟବସ୍ଥାର ଠିକଣାରେ

    ଘୁରିବୁଲୁଥିବା ଏକ ଯାଯାବର

     କୋହରେ ଆଖିରୁ ବିଦ୍ରୁତ 

       ତା'ର ଲହୁର ଧାର।।


   ଅପବାଦ,ଧିକାର,ସମାଲୋଚନାରେ 

    କ୍ଷତ ଯେମିତି ବହୁଗୁଣିତ

   ଔଷଧ ପ୍ରଲେପର ବାହାନାରେ

     ପରିବାର ହୁଏ ଲାଞ୍ଛିତ।।


    ଅଣନିଃଶ୍ୱାସୀ ତା ଆତ୍ମା

    ଏ କ୍ଷତାକ୍ତ ଶରୀରରେ

     ହୃଦୟ ମନ୍ଦିର ଲୁଣ୍ଠିତ 

     କାମନାର ବାସ୍ନାରେ।।

  

  ଲୁହର ବନ୍ୟା ଧୋଇପାରେ ନାହିଁ

     କଳଙ୍କିତ ଦାଗର ଚିହ୍ନ 

     ଲଜ୍ୟାରେ ଵିତ୍ରସ୍ତ ମନ 

    କରିଦିଏ ଆତ୍ମ ବିସର୍ଜନ।।


  ଅନ୍ଧ ନ୍ୟାୟପାଳିକାର ଘନ ଅମାରେ

      ବିବସ୍ତ୍ର ଦିଶେ ବିବେକ

  ବଧିର ସମାଜକୁ ଶୁଭୁନି ଚିତ୍କାର ଉତ୍ପୀଡନର 

    ନ୍ୟାୟର ଦେବତା ପାଲଟିଛି ଏଠି ମୂକ।।


    ଟାହିଟପରାର କଷଣରେ ଜଳେ

      ଆତ୍ମସ୍ଵଭିମାନର ଚିତା 

    କାଠଗଡାରେ କଏଦ ସମ୍ଭ୍ରମ

    ପ୍ରଶ୍ନବାଣେ ନିରୁତ୍ତର ନିର୍ଯାତିତା।।


    ଭର୍ତ୍ସନାର ଭାରରେ ଭାରାକ୍ରାନ୍ତ

      ପ୍ରତିକ୍ଷଣର ନିଃଶ୍ୱାସ

     ଉଦ୍ଧାର ଜୀବନର ମଣ୍ଡଣୀ 

   ଗଳାରେ ବନ୍ଧା ଓଢ଼ଣୀରେ ଶେଷ।।

   ଅସଂବୃତ୍ତ ଆତ୍ମା ପକ୍ଷୀ ଖୋଜେ

     ଅନନ୍ତ ଆକାଶର ପଥ 

     ସତ୍ୟ ଏବେ ଦୂର୍ମିଳ

   ପସରା ମେଲିଛି ଦେଖ ବିତଥ।।


    ଗାଁ ଶ୍ମଶାନ ଏଠି ମନାକରେ

    ଦେବାକୁ ଶେଷ ଠିକଣା

   ଜଡ ଶରୀରର ସତ୍କାର କରନ୍ତି

    ଲୁଚିଲୁଚି ତା' ଆପଣା।।


  ଏମିତି ଅଲୋଡ଼ା ବିଦାୟ କାହିଁକି

       ପତିତା ପଚାରେ

     ଭୁଲ କଣ ଥିଲା ତା'ର

  ସ୍ବାବଲମ୍ବୀ ହୋଇ ବଞ୍ଚିବାରେ।।


    ତିରସ୍କାର ସ୍ୱରେ ଏ ସମାଜ

  କହେ ତାକୁ ବଳାତ୍କାରୀତା ନାରୀ

     କି ଅପରାଧ କରିଥିଲା ସେ

  ପରିବାର ପାଇଁ ହୋଇ ଏରୁଣ୍ଡି ପାରି।।



    ଦେଖ ଅହଙ୍କାରୀ ବିଟପ ବୁଲୁଛି

      ମଜ୍ଜି ଭାବ ପୀରତିରେ

    ମୁଣ୍ଡ ନୁଆଇଁ ପଥ ଚାଲେ ପିତା

     ଦୁହିତାକୁ ଜନମ ଦେଇରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy