Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Tragedy Crime

4.5  

Pranati Panda

Tragedy Crime

ଏସିଡ୍ ଆଟାକ୍

ଏସିଡ୍ ଆଟାକ୍

2 mins
320



ପୁଅ-

ମୋର ଯଦି ତୁ ଲୋ ନ ହେବୁ ସୁନ୍ଦରୀ

ହୋଇବୁନି ତୁହି ଆଉ କାହାର ।

ନଷ୍ଟ କରିଦେବି ସୁନ୍ଦର ଚେହେରା 

ଦେଖିବ ସମାଜ ରୂପ ତୋହର ।


ଦର୍ପଣ ବି ଦିନେ ଭୟ କରିଯିବ

ଦେଖି ଭୟଙ୍କର ତୋର ଶରୀର ,

ଜାଳି ପୋଡ଼ି ଦେବି ନିମିଷ ମାତ୍ରକେ

ଏମିତି ଜିନିଷ ଅଛି ପାଖର ।

ଝିଅ-

ଦେଖାନା ତୁ , ଭୟ ଜାଣି ପରିଚୟ

ସମସ୍ତେ ଡରନ୍ତି ମୋର ବାପାଙ୍କୁ,

ତୋ ପରି ଛତରା ବୁଲନ୍ତି ବାତରା

କାମ ଧନ୍ଦା ନାହିଁ ଛେକ ଝିଅଙ୍କୁ ।


ବିବାହ ତ , ଦୂର ତୋ' ପରି ଟୋକାଙ୍କ

ମୁହଁ ଚାହିଁବାକୁ ଇଚ୍ଛା ନ ହୁଏ ,

କୁଳାଙ୍ଗାର ପୁତ୍ର ନଷ୍ଟ ଯେ ଚରିତ୍ର 

 ମାତା ପିତା ନାମ ତଳେ ପକାଏ ।

ପୁଅ-

ପିତା ମାତା ଙ୍କର ଚିନ୍ତା ତୁ କରନା

ନିଜ କଥା ଏବେ ନିଜେ ସମ୍ଭାଳ ,

ବେଶି ଉପଦେଶ ଦେଏନା ଲୋ ଗୋରୀ

ନ ହେଲେ ପୁରିବ ତୋହରି କାଳ ।


ଯେଉଁ ରୂପ ପାଇଁ ଗରବ ତୋହର

ସେ ରୂପ କୁରୂପ କରିବି ମୁହିଁ ,

ଚିହ୍ନିନୁ ତୁ ମତେ ବାତାରା ମୁଁ କେତେ

 ନିଜ ରୂପ ଚିହ୍ନି ପାରିବୁ ନାହିଁ ।


ଏଥୁଅନ୍ତେ ଯାହା ହେଲା ସୁଧୀ ଜନେ

ତାହା ଅତିଶୟ ମାର୍ମିକ ଭାରି ,

ଆଣିଥିଲା ପୁଅ ସାଙ୍ଗରେ ଲୁଚେଇ

ବୋତଲ ଭିତରେ ଏସିଡ୍ ଭରି ।


ଠିପି ଖୋଲିଦେଇ ଢାଳିଦେଲା ପୁଅ

ଝିଅର ମୁହଁର ଉପରେ ତାକୁ

ନିମିଷକ ପାଇଁ ସ୍ତବ୍ଧ ହୋଇ ଝିଅ

ବିକଳରେ ଡାକ ଦେଲା ସଭିଙ୍କୁ ।


ଦେଖଣାହାରି ତ ସଭିଏଁ ଏକାଠି

ଦେଖୁଥିଲେ ସର୍ବେ ଏହି ତାମସା ,

କିଏ ହେଲେ ଜଣେ ବୁଝି ପାରିଲେନି

କାହିଁକି ଏପରି ହୋଇଲା ଦଶା ।


ପିଚୁ ତରଳିବା ପରି ଗଳୁଥିଲା

ଏସିଡ୍ ପଡିବା ଚମଡ଼ା ଯାକ ,

ଚିତ୍କାର କରିଣ ବେହୋସ ହୋଇଲା

ପାଣି ଢାଳିଦେଲା ଜଣିଏ ଲୋକ ।


ଡାକ୍ତରଖାନାରେ ତିନି ବର୍ଷ ଧରି

ପଡ଼ି ରହିଥିଲା ସେହି ଝିଅଟି ,

ନାକ, କାନ, ମୁଖ ଦେହ ଚମ ସହ

ହରାଇ ଥିଲା ତା' ଆଖି ଦୁଇଟି।


ସାମାନ୍ୟ ଆରୋଗ୍ୟ ହେଲା ପରେ ସିଏ

ଫେରି ଆସିଥିଲା ଘର ଲେଉଟି

ଆଇନା ଦେଖିଣ ଚିତ୍କାର କରିଲା

ଚିହ୍ନି ପାରିଲାନି ନିଜ ମୁହଁଟି ।


ପ୍ଲାଷ୍ଟିକ୍ ସର୍ଜରୀ ତେର ଥର ପରେ

ତଥାପି ବିବତ୍ସ ଦିଶେ ବଦନ ,

ଦେହ ହାତ ସବୁ ଲୋଚା କୋଚା ଦିଶେ

ନର୍କ ଯନ୍ତ୍ରଣାରେ କଟେ ଜୀବନ ।


ତଥାପି ସେ , ଝିଅ ଦୃଢ଼ ମନୋବଳେ

ଆଜି ସେ ବଞ୍ଚାଏ କେତେ ଜୀବନ,

ଏସିଡ୍ ଆଟାକ୍ ସର୍ଭାଇବର୍ ଙ୍କ

ପ୍ରେରଣାର ସିଏ ନୂତନ ନାମ ।


ଚିକିତ୍ସା ଠୁଁ ନେଇ ନିଜେ ସ୍ବାବଲମ୍ବୀ

ହେବାପାଇଁ କରେ ସାହାଯ୍ୟ ମାନ ,

ଦୋଷୀଙ୍କର ଦଣ୍ଡ ପାଇବା ନିମନ୍ତେ

କୋର୍ଟରେ କଲା ସେ ନୂଆ ନିୟମ ।


ଏଥିରୁ ଏମିତି ଶିକ୍ଷା ମିଳେ ଆଜି

ଅବଳା ଦୁର୍ବଳା ନୁହଁଇ ନାରୀ ,

ଏକତରଫା ଯେ' ପ୍ରେମ ସାଙ୍ଘାତିକ

ସେଥିରେ ଭଲ ହୁଏନା କାହାରି ।


 


Rate this content
Log in

Similar oriya poem from Tragedy