STORYMIRROR

SACHALA GURU

Drama Crime

4  

SACHALA GURU

Drama Crime

ଗୁରୁ ଭକ୍ତି

ଗୁରୁ ଭକ୍ତି

2 mins
187

ବ୍ୟାସ ଦେବଙ୍କର ରଚିତ ପବିତ୍ର

 ପ୍ରସିଦ୍ଧ ମହାଭାରତ 

ଅକଳାବ୍ୟାଙ୍କର ଚିର ଅଭୁଲର 

 ଗୁରୁ ସଂପର୍କ ବୀକ୍ଷlତ ll1ll

ଶବର ପଲ୍ଲୀର ବେନୁଆଁ ଜାତିର 

    ହିରଣ୍ୟ ଧନୁକ ପୁତ୍ର 

ପତ୍ନୀ ର କୋଳରେ ଏକଲବ୍ୟ ଜନ୍ମି 

    ପିତା ହେଲେ ଆନନ୍ଦିତ ll2ll

ଏକଲବ୍ୟ ଯେବେ ଜାଣିବାର ହେଲେ 

    ଧନୁ ଧରିଣ ବୁଲଇ 

ଶୟନ ସପନେ କିବା ଜାଗରଣେ 

    ସର୍ବଦା ପାଖେ ରଖଇ ll3ll

ଧନୁ ବିଦ୍ୟା ଶିକ୍ଷା ଜିଜ୍ଞାସାର ପ୍ରଜ୍ଞା 

    ମନେ ରଖଇ ପ୍ରଗାଢ଼ 

ଦୃଦୟ କନ୍ଦରେ ପବିତ୍ର ମନରେ 

    ଗୁରୁଭକ୍ତି ହୁଏ ଦୃଢ ll4ll

ଯୁଦ୍ଧ ବିଦ୍ୟା ଶିକ୍ଷା ଗୁରୁଙ୍କ ଆକାଂକ୍ଷା 

    ମନେ କରଇ ଚିନ୍ତନ 

ଭରଦ୍ଵାଜ ପୁତ୍ର ଦୃଣlଚାଯ୍ୟ ସେତ 

    ହସ୍ତିନା କୁ ଆଗମନ ll5ll

ହସ୍ତିନା କଟକେ ଆଚlଯ୍ୟ ପଣରେ 

    ହେଲେ ସେଠି ପଦାର୍ପଣ 

କୌରବ ପାଣ୍ଡଵ ଶିଷ୍ୟଗଣେ ସର୍ବେ 

   ଗୁରୁ ପାଦେ ସମର୍ପଣ ll6ll

ବlରୁଣା ବନ୍ତ ରେ ଯୁଦ୍ଧ ଶିକ୍ଷା କଲେ 

  ଶତପାଞ୍ଚ ଭାତୃ ହୋଇ 

ଏହି ଯୁଦ୍ଧ ଶିକ୍ଷା ଏକଳବ୍ୟ ଜାଣି 

    ଆକୁଳେ ଆସିଲେ ଧାଇଁ ll7ll

ଦୃଣlଚାଯ୍ୟ ପାଦେ ପ୍ରଣିପାତ କରି 

    କୁହେ ଯୁଦ୍ଧ ଶିକ୍ଷା ପାଇଁ 

ଯୁଧିଷ୍ଠିର ମତି ଗୁରୁଙ୍କ ସମତି 

    ପ୍ରାପ୍ତ ହୋଇଥିଲେ ସେହି ll8ll

ଗାନ୍ଧାରୀଙ୍କ ପୁତ୍ର ଜ୍ୟେଷ୍ଠ ଦୁର୍ଯ୍ୟୋଧନ 

    ଅଟଇ ମାନ ଗୋବିନ୍ଦ 

ବlରୁଣା ବନ୍ତ ରୂ ଯୁଦ୍ଧ ପରିଧିରୁ 

  କରିଥିଲେ ସେ ନିନ୍ଦିତ ll9ll

ଏକଳବ୍ୟ ବୋଲେ ଯୁଦ୍ଧ ବିଦ୍ୟା କଲେ 

   ନଥାଏ ଜାତି ଅଜାତି 

ପ୍ରକୁତ ଗୁରୁର ସମଭାବlପର୍ଣ୍ଣ 

    ରହିଛି ଯୁଗେ ବର୍ଣିତ ll10ll

ଏକଲବ୍ୟ ସେଠୁ ଶବର ପଲ୍ଲୀକୁ 

    କଲେ ସେ ପ୍ରତ୍ୟାବର୍ତନ 

ସେହିଦିନ ଠାରୁ ମନ କରି ଦୃଢ଼ 

   ଧନୁର୍ବିଦ୍ୟାରେ ରଖି ମନ ll11ll

ଗ୍ରାମର ମୁଣ୍ଡରେ ଆଖଡ଼ା ଘରରେ 

    ପ୍ରଙ୍ଗଣେ ଦ୍ରୋଣଙ୍କ ମୂର୍ତ୍ତି 

 ବlରୁଣା ବନ୍ତ କୁ ଦ୍ୱାଦଶ ଯୋଜନ 

   ମାର୍ଗ ପ୍ରତିଷ୍ଠା କରନ୍ତି ll12ll 

ମାଟିର ମୂର୍ତ୍ତି କୁ ଗୁରୁର ଭକ୍ତି କୁ 

    ହୃଦୟଙ୍ଗମ ସେ କରି 

ଯୁଦ୍ଧ ର ଚାଳନା କଲା ପ୍ରଖାଳନା 

    କିଏ ହେବ ତାର ସରି ll13ll

ଦିନକର କଥା ଗୁରୁ ଦୃଣlଚାଯ୍ୟ 

   କୁରୁ ପାଣ୍ଡଵ କୁ କୁହେ 

ଗୁରୁ ପତ୍ନୀ ଶ୍ରlଦ୍ଧ ହେବାର ନିମନ୍ତେ 

    ଅରଣ୍ୟ ଗମନ ହୁଏ ll14ll

କୌରବ ପାଣ୍ଡବେ ଅରଣ୍ୟ ଗମନ 

   କରିଲେ ଯେଣୁ ପ୍ରବେଶ 

ପାଶରେ କୁକୁର ନେଇଥିଲେ ଯହିଁ 

  ଦେଖେ ଏକଲବ୍ୟ ଦୃଶ୍ୟ ll15ll

ମଳିନ ମଣ୍ଡିତ ମ୍ଲେଛ ପର୍ୟ୍ଯନ୍ତ 

    ବନବାସୀ ରୂପ ଦେଖି 

ସ୍ଵlନର ଗର୍ଜନ ଦେଖି ଏକଲବ୍ୟ 

    ମୁଖେ ସର କୁ ପରଖି ll16ll

ସାତଟି ଶରେଣ ମୁଖରେ ବାଜିନ 

   ସ୍ଵlନ ହେଲା ଛଟ ପଟ 

ପ୍ରାଣ ବିକଳରେ ଧlବନ କରଇ 

 ଦେଖି ଶିଷ୍ୟ କଟମଟ ll17ll

କୌରବ ପାଣ୍ଡବେ ଭାଳେଣି ପଡିଲା 

    ଏହା କିପରି ସମ୍ଭବ 

ଅର୍ଜୁନ ଙ୍କ ବିନା ଅଦ୍ଵିତୀୟ ବୀର 

    ସେହିଁ କରଇ ସମ୍ଭବ ll18ll

ଗୁରୁ ଦୃଣlଚାଁଯ୍ୟ ଜାଣିଲେ ପ୍ରତେକ୍ଷ 

  ଏହା କେଉଁ ସମ୍ଭବିତ 

ସର୍ବଶେଷ୍ଠ ଶିଷ୍ୟ ଅର୍ଜୁନ ବୀରତ୍ୱ 

    ସେକରଇ ଆଚମ୍ବିତ ll19ll

ଏକଲବ୍ୟ କୁ ଯେ ଗୁରୁ ପ୍ରଶ୍ନ କଲେ 

  କିଏ ତୋର ଶିକ୍ଷା ଗୁରୁ? 

ସହାସ୍ୟ ବଦନେ ବିନୟ ଲୋଚନେ

    କୁହଇ ତୁମେ ମୋ ଗୁରୁ ll20ll

ଗୁରୁ ଦୃଣlଚାଯ୍ୟ ତାହାକୁ କୁହଇ 

    ଦେଖାଅ ତୋ ଯୁଦ୍ଧ ବିଦ୍ୟା 

ଗୁରୁଙ୍କ ପ୍ରଶ୍ନ ରେ ଏକଲବ୍ୟ ପୁଣ 

    ଗୋଟି ଗୋଟି କଲା ସlଧ୍ୟା ll21ll

ଅମୋଘ ବାଣ କୁ ପ୍ରକଟ କରଇ 

     ବହଇ ଝଡ଼ ବତାସ 

ଦ୍ଵିତୀୟ ବlଣରେ ଅଗ୍ନି ବରଷାଇ 

    ଗୁରୁ ଦେଖିଣ ହତାଶ ll22ll

ଗୁରୁ ଦ୍ରୋଣାଚାଯ୍ୟ ଚିନ୍ତନ କରିଲେ 

    ଏହା ବଡ଼ ଆଚମ୍ବିତ 

ଯୁଦ୍ଧ ବିଦ୍ୟା ଶକ୍ତି ପ୍ରବଳ ଆସକ୍ତି 

    ବିଶ୍ୱ କରିବ ଚକିତ ll23ll

ଶ୍ରେଷ୍ଠ ଧନୁରଧର ପାଣ୍ଡବ କୁ ମୋର 

    ତା ଠାରୁ ହୋଇବ ବ୍ୟର୍ଥ 

ବେଳ ଥାଉ ଥାଉ ମୁଳୁ ମାରିଦେଲେ 

    ଅର୍ଜୁନ ହେବ ସମର୍ଥll24ll

ଗୁରୁ ଦ୍ରୋଣାଚାଯ୍ୟ ହୋଇଣ ଆଚର୍ଯ୍ୟ 

    ଗୁରୁ ଦକ୍ଷିଣା ମାଗିଲେ 

ସହାସ୍ୟ ବଦନେ ବିନୟ ବଚନେ 

   ଯାହା ମାଗ ଦେବୀ ଭଲେ ll25ll

ଦକ୍ଷିଣ ହସ୍ତର ବୁଢା ଆଙ୍ଗୁଳିକୁ 

    ଗୁରୁଦକ୍ଷିଣl ମାଗିଲି 

ଆନନ୍ଦ ର ସାହା ଗ୍ରହଣ କରହେ 

    ମଥା ପlତି ସମର୍ପିଲି ll26ll

ଦ୍ରୋଣାଚାଯ୍ୟ ଗୁରୁ ଅଟେ ମହାମେରୁ 

   ଅନ୍ତର ଖୋଲି କହିଲେ 

ଧନ୍ୟ ଗୁରୁ ନିଷ୍ଠା ଧନ୍ୟ ପରାକାଷ୍ଠା 

   ସାରା ବିଶ୍ୱରେ ଜାଣିଲେ ll27ll

ଗୁରୁ ଆଶୀର୍ବାଦ ଲାବଣ୍ୟ ସମ୍ପଦ 

   ଆମର ହେବୁରେ ତୁହି 

ଅର୍ଜୁନର ମାନ ଦୁର୍ଯ୍ୟୋଧନ ପ୍ରାଣ 

  ତୋ ପାଇଁ ନିଷ୍ଠୁର ମୁହିଁ ll28ll

ଏକଲବ୍ୟ ଙ୍କର ଅଭୁଲା ଚରିତ୍ର 

   ଶିଷ୍ୟ ଙ୍କ ମଉଡ ମଣି 

ଅପୁଣ୍ୟ ପବିତ୍ର ଭାରତ ଭୂମିର 

 ନିବିଡ ସମ୍ପର୍କ ପୁଣି ll29ll

ଯୁଗେ ଯୁଗେ ଧରି ଗୁରୁ ନିଷ୍ଠା ଭାବ 

ହେଲା ମନ ପରିଷ୍କାର 

ସରକାର କହେ ଖେଳପାଇଁ ହୁଏ 

   ଏକଲବ୍ୟ ପୁରସ୍କାର ll30ll

ଗୁରୁଙ୍କ ଭାବନା ଏକଲବ୍ୟ ଉଣା 

   କଲେ ପକ୍ଷ ପlତ ସିନା 

ସବୁଯୁଗ ପାଇଁ ଗୁରୁ ନିନ୍ଦା ହୋଇ 

   ଶିଷ୍ୟ ର ଉଡିଲା ବlନା ll31ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Drama