ଗୁରୁ ଭକ୍ତି
ଗୁରୁ ଭକ୍ତି
ବ୍ୟାସ ଦେବଙ୍କର ରଚିତ ପବିତ୍ର
ପ୍ରସିଦ୍ଧ ମହାଭାରତ
ଅକଳାବ୍ୟାଙ୍କର ଚିର ଅଭୁଲର
ଗୁରୁ ସଂପର୍କ ବୀକ୍ଷlତ ll1ll
ଶବର ପଲ୍ଲୀର ବେନୁଆଁ ଜାତିର
ହିରଣ୍ୟ ଧନୁକ ପୁତ୍ର
ପତ୍ନୀ ର କୋଳରେ ଏକଲବ୍ୟ ଜନ୍ମି
ପିତା ହେଲେ ଆନନ୍ଦିତ ll2ll
ଏକଲବ୍ୟ ଯେବେ ଜାଣିବାର ହେଲେ
ଧନୁ ଧରିଣ ବୁଲଇ
ଶୟନ ସପନେ କିବା ଜାଗରଣେ
ସର୍ବଦା ପାଖେ ରଖଇ ll3ll
ଧନୁ ବିଦ୍ୟା ଶିକ୍ଷା ଜିଜ୍ଞାସାର ପ୍ରଜ୍ଞା
ମନେ ରଖଇ ପ୍ରଗାଢ଼
ଦୃଦୟ କନ୍ଦରେ ପବିତ୍ର ମନରେ
ଗୁରୁଭକ୍ତି ହୁଏ ଦୃଢ ll4ll
ଯୁଦ୍ଧ ବିଦ୍ୟା ଶିକ୍ଷା ଗୁରୁଙ୍କ ଆକାଂକ୍ଷା
ମନେ କରଇ ଚିନ୍ତନ
ଭରଦ୍ଵାଜ ପୁତ୍ର ଦୃଣlଚାଯ୍ୟ ସେତ
ହସ୍ତିନା କୁ ଆଗମନ ll5ll
ହସ୍ତିନା କଟକେ ଆଚlଯ୍ୟ ପଣରେ
ହେଲେ ସେଠି ପଦାର୍ପଣ
କୌରବ ପାଣ୍ଡଵ ଶିଷ୍ୟଗଣେ ସର୍ବେ
ଗୁରୁ ପାଦେ ସମର୍ପଣ ll6ll
ବlରୁଣା ବନ୍ତ ରେ ଯୁଦ୍ଧ ଶିକ୍ଷା କଲେ
ଶତପାଞ୍ଚ ଭାତୃ ହୋଇ
ଏହି ଯୁଦ୍ଧ ଶିକ୍ଷା ଏକଳବ୍ୟ ଜାଣି
ଆକୁଳେ ଆସିଲେ ଧାଇଁ ll7ll
ଦୃଣlଚାଯ୍ୟ ପାଦେ ପ୍ରଣିପାତ କରି
କୁହେ ଯୁଦ୍ଧ ଶିକ୍ଷା ପାଇଁ
ଯୁଧିଷ୍ଠିର ମତି ଗୁରୁଙ୍କ ସମତି
ପ୍ରାପ୍ତ ହୋଇଥିଲେ ସେହି ll8ll
ଗାନ୍ଧାରୀଙ୍କ ପୁତ୍ର ଜ୍ୟେଷ୍ଠ ଦୁର୍ଯ୍ୟୋଧନ
ଅଟଇ ମାନ ଗୋବିନ୍ଦ
ବlରୁଣା ବନ୍ତ ରୂ ଯୁଦ୍ଧ ପରିଧିରୁ
କରିଥିଲେ ସେ ନିନ୍ଦିତ ll9ll
ଏକଳବ୍ୟ ବୋଲେ ଯୁଦ୍ଧ ବିଦ୍ୟା କଲେ
ନଥାଏ ଜାତି ଅଜାତି
ପ୍ରକୁତ ଗୁରୁର ସମଭାବlପର୍ଣ୍ଣ
ରହିଛି ଯୁଗେ ବର୍ଣିତ ll10ll
ଏକଲବ୍ୟ ସେଠୁ ଶବର ପଲ୍ଲୀକୁ
କଲେ ସେ ପ୍ରତ୍ୟାବର୍ତନ
ସେହିଦିନ ଠାରୁ ମନ କରି ଦୃଢ଼
ଧନୁର୍ବିଦ୍ୟାରେ ରଖି ମନ ll11ll
ଗ୍ରାମର ମୁଣ୍ଡରେ ଆଖଡ଼ା ଘରରେ
ପ୍ରଙ୍ଗଣେ ଦ୍ରୋଣଙ୍କ ମୂର୍ତ୍ତି
ବlରୁଣା ବନ୍ତ କୁ ଦ୍ୱାଦଶ ଯୋଜନ
ମାର୍ଗ ପ୍ରତିଷ୍ଠା କରନ୍ତି ll12ll
ମାଟିର ମୂର୍ତ୍ତି କୁ ଗୁରୁର ଭକ୍ତି କୁ
ହୃଦୟଙ୍ଗମ ସେ କରି
ଯୁଦ୍ଧ ର ଚାଳନା କଲା ପ୍ରଖାଳନା
କିଏ ହେବ ତାର ସରି ll13ll
ଦିନକର କଥା ଗୁରୁ ଦୃଣlଚାଯ୍ୟ
କୁରୁ ପାଣ୍ଡଵ କୁ କୁହେ
ଗୁରୁ ପତ୍ନୀ ଶ୍ରlଦ୍ଧ ହେବାର ନିମନ୍ତେ
ଅରଣ୍ୟ ଗମନ ହୁଏ ll14ll
କୌରବ ପାଣ୍ଡବେ ଅରଣ୍ୟ ଗମନ
କରିଲେ ଯେଣୁ ପ୍ରବେଶ
ପାଶରେ କୁକୁର ନେଇଥିଲେ ଯହିଁ
ଦେଖେ ଏକଲବ୍ୟ ଦୃଶ୍ୟ ll15ll
ମଳିନ ମଣ୍ଡିତ ମ୍ଲେଛ ପର୍ୟ୍ଯନ୍ତ
ବନବାସୀ ରୂପ ଦେଖି
ସ୍ଵlନର ଗର୍ଜନ ଦେଖି ଏକଲବ୍ୟ
ମୁଖେ ସର କୁ ପରଖି ll16ll
ସାତଟି ଶରେଣ ମୁଖରେ ବାଜିନ
ସ୍ଵlନ ହେଲା ଛଟ ପଟ
ପ୍ରାଣ ବିକଳରେ ଧlବନ କରଇ
ଦେଖି ଶିଷ୍ୟ କଟମଟ ll17ll
କୌରବ ପାଣ୍ଡବେ ଭାଳେଣି ପଡିଲା
ଏହା କିପରି ସମ୍ଭବ
ଅର୍ଜୁନ ଙ୍କ ବିନା ଅଦ୍ଵିତୀୟ ବୀର
ସେହିଁ କରଇ ସମ୍ଭବ ll18ll
ଗୁରୁ ଦୃଣlଚାଁଯ୍ୟ ଜାଣିଲେ ପ୍ରତେକ୍ଷ
ଏହା କେଉଁ ସମ୍ଭବିତ
ସର୍ବଶେଷ୍ଠ ଶିଷ୍ୟ ଅର୍ଜୁନ ବୀରତ୍ୱ
ସେକରଇ ଆଚମ୍ବିତ ll19ll
ଏକଲବ୍ୟ କୁ ଯେ ଗୁରୁ ପ୍ରଶ୍ନ କଲେ
କିଏ ତୋର ଶିକ୍ଷା ଗୁରୁ?
ସହାସ୍ୟ ବଦନେ ବିନୟ ଲୋଚନେ
କୁହଇ ତୁମେ ମୋ ଗୁରୁ ll20ll
ଗୁରୁ ଦୃଣlଚାଯ୍ୟ ତାହାକୁ କୁହଇ
ଦେଖାଅ ତୋ ଯୁଦ୍ଧ ବିଦ୍ୟା
ଗୁରୁଙ୍କ ପ୍ରଶ୍ନ ରେ ଏକଲବ୍ୟ ପୁଣ
ଗୋଟି ଗୋଟି କଲା ସlଧ୍ୟା ll21ll
ଅମୋଘ ବାଣ କୁ ପ୍ରକଟ କରଇ
ବହଇ ଝଡ଼ ବତାସ
ଦ୍ଵିତୀୟ ବlଣରେ ଅଗ୍ନି ବରଷାଇ
ଗୁରୁ ଦେଖିଣ ହତାଶ ll22ll
ଗୁରୁ ଦ୍ରୋଣାଚାଯ୍ୟ ଚିନ୍ତନ କରିଲେ
ଏହା ବଡ଼ ଆଚମ୍ବିତ
ଯୁଦ୍ଧ ବିଦ୍ୟା ଶକ୍ତି ପ୍ରବଳ ଆସକ୍ତି
ବିଶ୍ୱ କରିବ ଚକିତ ll23ll
ଶ୍ରେଷ୍ଠ ଧନୁରଧର ପାଣ୍ଡବ କୁ ମୋର
ତା ଠାରୁ ହୋଇବ ବ୍ୟର୍ଥ
ବେଳ ଥାଉ ଥାଉ ମୁଳୁ ମାରିଦେଲେ
ଅର୍ଜୁନ ହେବ ସମର୍ଥll24ll
ଗୁରୁ ଦ୍ରୋଣାଚାଯ୍ୟ ହୋଇଣ ଆଚର୍ଯ୍ୟ
ଗୁରୁ ଦକ୍ଷିଣା ମାଗିଲେ
ସହାସ୍ୟ ବଦନେ ବିନୟ ବଚନେ
ଯାହା ମାଗ ଦେବୀ ଭଲେ ll25ll
ଦକ୍ଷିଣ ହସ୍ତର ବୁଢା ଆଙ୍ଗୁଳିକୁ
ଗୁରୁଦକ୍ଷିଣl ମାଗିଲି
ଆନନ୍ଦ ର ସାହା ଗ୍ରହଣ କରହେ
ମଥା ପlତି ସମର୍ପିଲି ll26ll
ଦ୍ରୋଣାଚାଯ୍ୟ ଗୁରୁ ଅଟେ ମହାମେରୁ
ଅନ୍ତର ଖୋଲି କହିଲେ
ଧନ୍ୟ ଗୁରୁ ନିଷ୍ଠା ଧନ୍ୟ ପରାକାଷ୍ଠା
ସାରା ବିଶ୍ୱରେ ଜାଣିଲେ ll27ll
ଗୁରୁ ଆଶୀର୍ବାଦ ଲାବଣ୍ୟ ସମ୍ପଦ
ଆମର ହେବୁରେ ତୁହି
ଅର୍ଜୁନର ମାନ ଦୁର୍ଯ୍ୟୋଧନ ପ୍ରାଣ
ତୋ ପାଇଁ ନିଷ୍ଠୁର ମୁହିଁ ll28ll
ଏକଲବ୍ୟ ଙ୍କର ଅଭୁଲା ଚରିତ୍ର
ଶିଷ୍ୟ ଙ୍କ ମଉଡ ମଣି
ଅପୁଣ୍ୟ ପବିତ୍ର ଭାରତ ଭୂମିର
ନିବିଡ ସମ୍ପର୍କ ପୁଣି ll29ll
ଯୁଗେ ଯୁଗେ ଧରି ଗୁରୁ ନିଷ୍ଠା ଭାବ
ହେଲା ମନ ପରିଷ୍କାର
ସରକାର କହେ ଖେଳପାଇଁ ହୁଏ
ଏକଲବ୍ୟ ପୁରସ୍କାର ll30ll
ଗୁରୁଙ୍କ ଭାବନା ଏକଲବ୍ୟ ଉଣା
କଲେ ପକ୍ଷ ପlତ ସିନା
ସବୁଯୁଗ ପାଇଁ ଗୁରୁ ନିନ୍ଦା ହୋଇ
ଶିଷ୍ୟ ର ଉଡିଲା ବlନା ll31ll
