STORYMIRROR

SACHALA GURU

Tragedy

3  

SACHALA GURU

Tragedy

ବିରହ

ବିରହ

1 min
266

ଆହେ ପ୍ରାଣ ପ୍ରିୟ  ନ ଦେଲ ପ୍ରଶୟ 

   କେତେ ଦେଇଥିଲ ସ୍ନେହ 

କି ବୁଦ୍ଧି ଖଞ୍ଜିଲ ମୋତେ ଦୂର କଲ 

  ଲାଗିଛି ମୋତେ ବିରହ  ll

ତୁମ ଗୁଣ ରାଜି ହେଉଛି ମୁଁ ଭଜି 

   ଭୁଲି ପାରୁ ନାହିଁ ମୁହିଁ 

ସ୍ନେହ ଶରଧାରେ ହୋଟେଲ ବଜାରେ 

  ଖୁଆଉ ଥିଲ ତ ନେଇ ll

କେଉଁ ଦୋଷ କଲି ଗଲ ମୋତେ ଭୁଲି 

  କିପରି ରହିଲ ଛାଡି 

ହୃଦୟ ବେଦନା ବୁଝି କି ପାରୁନି 

   କାହିଁକି ଗଲ ବିଗିଡି ll

ତୁମ ପରି ପ୍ରିୟ କେ ଦେବ ଆଶ୍ରୟ 

   ମୋ' କତିକୁ ଫେରି ଆସ 

ଅବୁଝା ମନକୁ ବୁଝାଇ ଦିଅ ହେ 

   ବିରହ ବୁଝିବ କିସ ll

ବିରହ ଯନ୍ତ୍ରଣା କରେ ବାଟ ବଣା 

   ଦୁଃଖ ପରେ ଦୁଃଖ ଦିଏ 

କେ ବୁଝିବ ଦୁଃଖ ଆମ୍ଭର ବିମୁଖ 

  ସବୁତ କରନ୍ତି ସିଏ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Tragedy