STORYMIRROR

SACHALA GURU

Others

3  

SACHALA GURU

Others

ଆତ୍ମନେପଦୀ

ଆତ୍ମନେପଦୀ

1 min
161

ମୋର ଅନ୍ତର୍ନିହିତ ଆତ୍ମାଟି

ଚାହୁଁଛି ମନର ମଣିଷକୁ

ଯେଉଁଠି ହୃଦୟଭରା ସ୍ନେହପ୍ରୀତିର

      ସୌଦାଗର

ପ୍ରତି ସ୍ପନ୍ଦିତ ମମତାର ଆବେଗ

    ଚିର ସୁନ୍ଦର ମଙ୍ଗଳମୟ

ଯାହାଙ୍କ ସ୍ମରଣରେ ମନନ ଚିନ୍ତନରେ

     ସ୍ପନ୍ଦନ ହେବ ବିଭୁ ପଦାରବିନ୍ଦ

ଆତ୍ମା ମୋର ଧାବନର ଇଛା

   ନିଃସ୍ଵାର୍ଥପର ଭାବନା

ସାରା ବିଶ୍ୱ ମୋର ପରିବାର

ଆତ୍ମାକୁ କେବେ ଦେଖିଛ କି?

   ନା ଆତ୍ମାକୁ ଦେଖି ହୁଏ ନାହିଁ ll

କି ସ୍ପର୍ଶ କରି ହୁଏ ନାହିଁ କି ଶୁଣି ହୁଏ ନାହିଁ

ଆତ୍ମାର ସଦାଚାର ଚାହେଁ

    ମହୀୟାନ କରେ

ଚିର ଶାଶ୍ୱତ ନିତ୍ୟ ଚିରନ୍ତନ

ମହିମା ମଣ୍ଡିତ ଚିର ପବିତ୍ର

ଜାଣିଛ, ଆତ୍ମା ଅବିନାଶି ବୋଲି?

ଆତ୍ମା ମୋର ଚାହେଁ

   ପ୍ରତିଟି ଜୀବନ ସ୍ପନ୍ଦିତ

ଚିର ଜାଗ୍ରତ ସତନାମର

    ପ୍ଲାବନ ଛୁଟାଇବା

ମୋର ଆତ୍ମାର ଧାବନ

ସଭିଙ୍କ ସୁଖ ଦୁଃଖର ଶୁଭାକାଂକ୍ଷୀ

ଏହି ମାୟା ଘେରା ଅନ୍ଧକାର

ସଂସାର ରୂପକ ସାଗରକୁ

ପ୍ରତି କ୍ଷଣେ କଳୁଷିତ ଦୂରୀଭୂତ

ଶୁଦ୍ଧ ପଵିତ୍ର ହୃଦୟ ନିର୍ମଳ

ପ୍ରତିଟି ମନ ପ୍ରାଣର ଆହ୍ୱାନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ