STORYMIRROR

SACHALA GURU

Abstract Tragedy Classics

3  

SACHALA GURU

Abstract Tragedy Classics

ବନ୍ଦୀ

ବନ୍ଦୀ

1 min
260

ହଠାତ ମହାମାରୀର କି କରାଳ ଛାୟା

ଆଖି ପିଛୁଳାକେ ଖେଳିଗଲା

ସର୍ବଜନ ହେଲେ ସ୍ତମ୍ବୀଭୂତ

ଘଡି ସନ୍ଧି ମୁହୂର୍ତ୍ତରେ

ଜୀବନର ଆର୍ତ୍ତ ଚିତ୍କାର

ଅସହାୟ ପରିସ୍ଥିତି

ମାର୍ଗଶିର ମାସର ଆଗମନ

ଦୁଇ ହଜାର ଉଣିଶି

ଅଦୃଶ୍ୟ ଭୁତାଣୁର ପ୍ରକୋପ

ଜୀବନର ମାନଦଣ୍ଡ

କ୍ଷଣକ୍ଷଣ କେ ହେଲା ସ୍ପନ୍ଦନ

କି ଭୟଙ୍କର ତାର ଦୃଶ୍ୟ

ଜନ ଜୀବନ ହେଲା ଅସ୍ଥିର

ବିଶେଷଣଜ୍ଞମାନଙ୍କ ସନ୍ଧାନ

ନିରାଶର କଳାଛାୟା

କି ଆଶ୍ଚର୍ଯ୍ୟ ସେ ଦୁର୍ଘଟଣା

ପ୍ରତି ଜୀବନ ହାହାକାର

ଦେଖଛ କି ସେ ମହାମାରୀ ରୂପ

ବଞ୍ଚିବାର ରାହା ଖୋଜୁଥିଲା ବେଳେ

ଜାଣିଛ କି

ତାର ଆଶ୍ରା କଣ ହେଲା ?

ସମାଜର ଦୂରତା ହସ୍ତ ଧୌତ

ନିରାକରଣର ଉପାୟ ଶୂନ୍ୟ

ଜନ ଜୀବନକୁ ରକ୍ଷା ପାଇଁ

ଗୃହବନ୍ଦୀର ଉପାୟ

ଧନ ଜୀବନ ବ୍ୟତିବ୍ୟସ୍ତ

ଦାରିଦ୍ର୍ୟର କଷାଘାତରେ

ପ୍ରତି ଗଳି କନ୍ଦିରେ ଆର୍ତ୍ତ ଚିତ୍କାର

ଯୁଆଡେ ଦେଖିବ ଶୂନ୍ୟତାର ଦୃଶ୍ୟ

ଡକାଵାଜି ଯନ୍ତ୍ରର ଶବ୍ଦ ଅନୁ କ୍ଷଣେ

ଘନ ଘନ କରେ ସ୍ପଦିତ

ଜୀବନ ମରଣ ଘଡି ସନ୍ଧି କ୍ଷଣେ

ଗୃହ ବନ୍ଦୀର ଚିତ୍କାର

କରୋନା ପ୍ରାଦୁର୍ଭାବ

ଅକଥନୀୟ ଚାଞ୍ଚଲ୍ୟ

ବନ୍ଦୀ ଜୀବନ କି ଦୁଃଖମୟ !

କିନ୍ତୁ ବନ୍ଦୀ ହିଁ ଜୀବନ

ସୁରକ୍ଷାର ସର୍ବ ସୂତ୍ରର ମାଧ୍ୟମ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Abstract