STORYMIRROR

SACHALA GURU

Abstract Inspirational Others

3  

SACHALA GURU

Abstract Inspirational Others

ସମୁଦ୍ର

ସମୁଦ୍ର

1 min
230


ନୀଳ ସମୁଦ୍ରର ତୀରରେ ବସି

        ଚିନ୍ତଇ ଭାବୁକ ସତେକି

ନୀଳ ଆକାଶଟି ମସ୍ତକରେ ଝୁଲିପଡେ

        ଆହାକି ଅପୂର୍ଵ ତାର ସୃଷ୍ଟିର ଝଲକ

ବିଧାତାର କି ବିଧିର ଵିଧାନ

        ଲହଡିର ତରଙ୍ଗରେ ତରଙ୍ଗାଇତ ହୋଇ

କି ଚମତ୍କାର ଝଲ ମଲ

        ଉତ୍ଥାନ ପତନର ଜୁଆର ଭଟ୍ଟାରେ

କି ଅପୂର୍ଵ ଲାବଣ୍ୟର ଦୃଶ୍ୟ

        ମନମୁଗ୍ଧକର ଆକର୍ଷଣୀୟ ତାର

ତନୁରେ ସ୍ପର୍ଶ କରେ ଲବଣର ବାରି

ହୃଦୟର ସ୍ନେହର ପରଶ

         ପ୍ରତିଟି ପୁଲକେ ପୁଲକେ

ଦୂର ଦିଗବଳୟରେ ମିଶିଯାଏ ସତେ

           ସାଗରର ବିଶାଳ ଲହରୀ

କି ସୁନ୍ଦର ଅପୃର୍ବ ମନୋରମ

       ବେଳାଭୂମିର ଚତୁଃପାର୍ଶ୍ୱରେ

ଚିକଣ ପଥର ଓ ଶାମୁକାର ସ୍ପଟିକ

ନୀଳ ସମୁଦ୍ରର ଦୂରଦୂରାନ୍ତରୁ

         ଭାସି ଆସେ

ମୀନଜୀବି ମାନଙ୍କର ଚିତ୍ତାକର୍ଷକ ଦୃଶ୍ୟ

      ନୌକା ବିହାରର ପାଲଟଣା

ମନେ ପଡେ କେତେ ସ୍ମୃତିରାଜି 

      ଅନେକ କଳ୍ପନା ଜଳ୍ପନା

ଏ ସବୁ ବାହୁଲ୍ୟ ମାତ୍ର

ନୀଳ ସମୁଦ୍ର ର ଉପମା

ତୁଳନା କେ ଦେଇ ପାରିବକି??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Abstract