STORYMIRROR

Lingaraja Dash

Inspirational

4  

Lingaraja Dash

Inspirational

ଗୃହଲକ୍ଷ୍ମୀ

ଗୃହଲକ୍ଷ୍ମୀ

1 min
353


କମଳା ବିଷ୍ଣୁଙ୍କ ଘରଣୀ,

ଜଗତେ ଅନ୍ନ ପ୍ରଦାୟିନୀ

    ଯେ ଗୃହେ ଲକ୍ଷ୍ମୀ ପାଦ ପଡ଼େ,

     ସମ୍ପଦେ ଅମାର ଉଛୁଳେ।


ଗୃହକୁ ଲକ୍ଷ୍ମୀ,ଅଟେ ବଧୂ,

କପାଳେ ସିନ୍ଦୂରର ବିନ୍ଦୁ ‌

     ବଧୂ ଟି କମଳା ସ୍ୱରୂପା,

      ବଧୂର ସେବା ଲକ୍ଷ୍ମୀ କୃପା।


ବଧୂ ଯେ ଅଟେ ଗୃହଲକ୍ଷ୍ମୀ,

ଲକ୍ଷ୍ମୀ ଆସନ୍ତି ତାକୁ ଦେଖି

      ଗୃହଲକ୍ଷ୍ମୀ କି ପାଇ ଗୃହ,

      ପାଲଟେ ବିଷ୍ଣୁଙ୍କ ଆଳୟ।


ଲକ୍ଷ୍ମୀ ଙ୍କ ପାଇଁ ବଇକୁଣ୍ଠ,

ସୁନ୍ଦର ସାନନ୍ଦର ପୀଠ

       ଗୃହଲକ୍ଷ୍ମୀ କି ନେଇ ଘର,

       ବୈକୁଣ୍ଠ ପରି ଯେ ସୁନ୍ଦର।


ସ୍ନେହ ଶରଧା ସେବାବଳେ

ସବୁରି ମନ ଜିଣେ ହେଳେ

       ପ୍ରଭାତୁ ଉଠେ ଶଯ୍ୟା ତେଜି,

       ଭକ୍ତିରେ ବୃନ୍ଦାବତୀ ପୂଜି।


ମାର୍ଜନା କରେ ଘର ଦ୍ଵାର,

ପକାଇ ଗୋମୟ ର ଜଳ

      ଗୂରୁଜନ ଙ୍କ ପାଦେ ସେବି,

      ଲକ୍ଷ୍ମୀ ଙ୍କ ବୋଲାଏ ବାନ୍ଧବୀ।


ରନ୍ଧନ କରେ ଦିବ୍ୟ ଅନ୍ନ

ସମାନେ କରେ ବିତରଣ

      ସର୍ବଦା କହେ ସତ୍ୟକଥା,

      ମନେକା ନଦିଏ ସେ ବ୍ୟଥା।


ସ୍ବାମୀ ତା ପରମ ଈଶ୍ଵର,

ଭକ୍ତିରେ ସେବେ ନିରନ୍ତର

      ଅତିଥି ଦେବତୁଲ୍ୟ ମଣି,

      ସେବା କରଇ ମନଜାଣି।


ଦୁଃଖୀ ରଙ୍କିକି କରେ ଦାନ

ତାଠାରେ ଲକ୍ଷ୍ମୀ ଯେ ପ୍ରସନ୍ନ

      ମହାଲକ୍ଷ୍ମୀ ଯେ ଦୟାଶୀଳା,

      ଭକ୍ତ ନିକଟେ ସେ ଦୁର୍ବଳା।


ଅଳ୍ପ କେ ସନ୍ତୁଷ୍ଟ ହୁଅନ୍ତି,

ଅଚିରେ କୃପା ବରଷନ୍ତି

      ଗୃହଲକ୍ଷ୍ମୀ କି ଲକ୍ଷ୍ମୀ ମଣି

      ସେନେହେ ନକରିଵ ଋଣୀ ।

ଗୃହଲକ୍ଷ୍ମୀର ତ୍ୟାଗ ଵଳେ

ଲକ୍ଷ୍ମୀଙ୍କ କୃପା ଲଭ ହେଳେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational