STORYMIRROR

Lingaraja Dash

Inspirational

4  

Lingaraja Dash

Inspirational

ସଂସାର ବନ୍ଧନ

ସଂସାର ବନ୍ଧନ

1 min
331

ମାୟା ବିମୋହିତ ନର ନାହିଁ ଆନପ୍ରତିକାର

      ତରିଯିବୁ ଦିନରାତି ଗୋବିନ୍ଦ ସ୍ମର,

ଗୋବିନ୍ଦ ହେଲେ ଭରସା କଟିଯିବ ଭବଦଶା

    ଛିଡିଯିବ ସଂସାରର ବନ୍ଧନ ଡୋର,

         ଛାଡ଼ି ମାୟା ମୋହ ଲାଳସା,

    ଛାର ଧନ ଜନ ପାଇଁ ନକର ଆଶା।


ପାଇ ମାନବ ଜନମ   ନବାରି ଧର୍ମ ଅଧର୍ମ

      ଅକର୍ମ କରମେ ସଦା ରହିଲୁ ରତ,

ନସେବିଲୁ ପିତା ମାତା   ନ ପୂଜି କୁଳଦେବତା

    ଗୁରୁ ତେଜି ଶ୍ରେୟ କଲୁ ଦୁହିତା ସୁତ,

        କାମିନୀ ତୋ ହୋଇଲା ବଡ

     ଚଳ ଚଞ୍ଚଳ ପୁରୁଷ ସାଜିଲୁ ଜଡ।


କରିଲୁ କୁସଙ୍ଗ ସଙ୍ଗ   ଜୀବନ କଲୁ ବିଭଙ୍ଗ

      ଅଭକ୍ଷ ଭକ୍ଷି ବରିଲୁ ମହାବିପତ୍ତି,

ଅପାନୀୟ ତୋ ପାନୀୟ   ଗମିଲୁ ତୁ ବେଶ୍ୟାଳୟ

     ପତ୍ନୀ ଥାଇ କଲୁ ସଦା ପର ପୀରତି,

           ଅସୁଖ କୁ ମଣିଲୁ ସୁଖ,

      ସଂସାର ବନ୍ଧନେପଡି ଲଭିବୁ ଦୁଃଖ।

ଏବେ ହେବୁ ପକ୍ବକେଶ   ଗଳିତ ଦନ୍ତ ବିଶେଷ

    ଲୋଳିତ ଚର୍ମ ଦୁର୍ବଳ ନୟନ ଜ୍ୟୋତି,

ହରାଇ ଚଳନ ଶକ୍ତି     ଜଷ୍ଟୀ ହେବ ତୋର ସାଥୀ

     ଦବିଯିବ ଏବେ ତୋର ଶ୍ରବଣ ଶକ୍ତି,

           ରୋଗେ ହେବୁ ତୁ ଶଜ୍ୟାଶାୟୀ,

     ଅଦରକାରୀ ତୋତେ କେ ଲୋଡ଼ିବେ ନାହିଁ।


ଦୃଢ଼ ସଂସାର ବନ୍ଧନ    ଏବେ ହେବ ତୋର ଛିନ୍ନ

     ଏକା ଏକା ଚଳିବୁତୁ ଅଫେରା ପଥେ,

ବାନ୍ଧବ, ଦୁହିତା,ସୁତ    ଅରଜିଲା ଜ୍ଞାନ ବିତ୍ତ

     ସବୁ ରହିଯିବେ କିଛି ନଯିବ ସାଥେ,

          ଏକା ଯିବ ତୋହର ଧର୍ମ,

      ସଂସାର ବନ୍ଧନ ତୁଚ୍ଛ ଶ୍ରେୟ ତୋ କର୍ମ।


ବାଜିବ ବିଦାୟ ଘଣ୍ଟି    ଶୁଷ୍କ ହେବ ତୋର ତଣ୍ଟି

     ନ ସ୍ଫୁରିବ ତୋ ବଦନୁ ବାକ୍ ଚାତୁରୀ,

ଆସିବେ ଶମନ ଦୁତ    ବାନ୍ଧିବେ ତୋ ଗୋଡ଼ ହାତ

     ଟାଣି ନେବେ ବେକେ ବାନ୍ଧି ଚର୍ମ ଦଉଡ଼ି,

            ଦଣ୍ଡିବେ ତୋ କରମ ପାଇଁ,

       ଛିଣ୍ଡା ସଂସାର ବନ୍ଧନ ଭଜ ଗୋସାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational