STORYMIRROR

Lingaraja Dash

Inspirational

3  

Lingaraja Dash

Inspirational

ସେବା

ସେବା

1 min
140

     "ସେବା କାର୍ପଣ୍ୟ ଦେବା ବଳେ,

      କିବା ଅସାଧ୍ୟ ମହୀତଳେ।

ସେବା ରୁ ଶାନ୍ତି ସେବାରୁ ଶକ୍କ୍ତି

     ସେବାରୁ ମିଳେ ମୁକତି।

ଶ୍ରୀରଘୁନନ୍ଦନ ପଦେ ସେବା କରି

      ସିନ୍ଧୁ ଲଂଘିଲେ ମାରୁତି।


ଯଶୋଦା ନନ୍ଦନ ପାଦେ ସେବା କରି

      ପଣ୍ଡୁପୁତ୍ରେ ଧର୍ମ ଭୀରୁ,

କୁଳରପ୍ରଦୀପ ସାଥେ ତରିଗଲେ

      ବିଷମ କୁରୁ ସାଗରୁ।


ସେବାର ସ୍ବରୂପ ଅଟେ ଭିନ୍ନ ଭିନ୍ନ

       ଭିନ୍ନ ଭିନ୍ନ ଲୋକ ପାଇଁ,

ଯିଏ ଯେଉଁଭଳି ଯାହାକୁ ସେବଇ

       ଅନୁରୂପ ଫଳ ପାଇ।


ଗୁରୁସେବା କରେ ଶିଷ୍ୟ ଗୁରୁକୁଳେ

       କରିବାକୁ ଜ୍ଞାନ ପ୍ରାପ୍ତି,

ଡାକ୍ତର,ସେବିକା ଚିକିତ୍ସକ ରୂପେ

       ରୋଗୀର ସେବା କରନ୍ତି।


ଜନକ ଜନନୀ ସେବା କରେ ପୁତ୍ର

       ଲଭିବାକୁ ଆଶୀର୍ବାଦ,

ସ୍ନେହ ସାହଚର୍ଯ୍ୟ ଲଭିବା କାରଣେ

       ଅଗ୍ରଜେ ସେବେ ଅନୁଜ।


ରାଜା ଙ୍କୁ ସେବଇ ପ୍ରଜା ଭକ୍ତି ଭରେ

       ବିଷ୍ଣୁ ଙ୍କ ସ୍ବରୂପ ମଣେ,

ପ୍ରଭୁକୁ ସେବଇ ଭୃତ୍ୟ ନିଶି ଦିନ

       କୁଟୁମ୍ବ ପ୍ରତିପୋଷଣେ।


ପତି ପାଦେ ସେବା ପତ୍ନୀ କରି ଥାଏ

       ଭାବି ସେ ପରମେଶ୍ବର,

ପତି ପାଦେ ରତି ଅର୍ଚ୍ଚନା ରେ ମାତି

       ଲଭେ ସୁକୃତ ଅପାର।


ମାନବ ଜୀବନ ଅଟଇ କ୍ଷଣିକ

        କିଛି ବି ନାହିଁ ଭରସା,

ବୁଦ୍ ବୁଦ୍ ସମ ମିଳେଇ ଯିବସେ

        ଟିକିଏ ହେଲେ ବରଷା।


ନରତନୁ ବହି ଜନମ ଲଭି

         ନରକଟକେ

ଆଗକୁ ଯିବାକୁ ଉଦ୍ୟମ ସଦା

         କର ଛଟକେ।


ମାନବ ସେବା ହିଁ ମାଧବ ସେବା

         ନିଶ୍ଚୟ ସତ୍ୟ,

ସାମର୍ଥ୍ୟ କୁ ନେଇ କରିବା

         ଜୀବ ସେବାଟି ନିତ୍ୟ।


ସେବାରୁ ମିଳିବ ଆନନ୍ଦ

         ପୁଣି ମିଳିବ ଶାନ୍ତି,

ସେବା କରିଥିଲେ ମିଳିବ

          ନିଶ୍ଚେ ଅନ୍ୟର ପ୍ରୀତି।


ବିପଦ ଆସିଲେ ରଖିବେ

         ପ୍ରଭୁ ଚକ୍ରକୁ ଧରି,

ବିନା ସ୍ଵାର୍ଥେ ସେବା କରିଲେ

          ଭବ ସାଗରୁପାରି।


  ସେବା ମାଧ୍ୟମରେ ମିଳିବ ଯଦି

        ପ୍ରଭୁ ଦର୍ଶନ,

କୁଣ୍ଠିତ ନହୋଇ ସେବାରେ

       ସଦା ଲଗାଅ ମନ।     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational