STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

3  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ବନସ୍ତେ ଡାକିଲା ଗଜକବି କୁସୁମ ଗୌରବ ଘନଶ୍ୟାମ ଜେନା

ବନସ୍ତେ ଡାକିଲା ଗଜକବି କୁସୁମ ଗୌରବ ଘନଶ୍ୟାମ ଜେନା

1 min
25


ବନସ୍ତେ ଡାକୁନି ଗଜ, ବନସ୍ତେ ଡାକୁନି ଗଜ 

ପଦା ପଡ଼ିଲାଣି ଜଙ୍ଗଲ ଆଜ

ଜଙ୍ଗଲ ଆଜ ଲୋ,ଗାଆଁ ମୁଣ୍ଡେ ଗଜରାଜ,

ବଉଳ ଲୋ! ମିଳି ହେଲେ ସଜବାଜ।୧।

ଦଳ ଦଳ ହାତୀପଲ, ଦଳ ଦଳ ହାତୀପଲ,

ଵିଲ ତୋଟାମାଳେ ହୋଇଲେ ଠୁଳ,

ହୋଇଲେ ଠୁଳ ଲୋ, ଭାଙ୍ଗିବେ ଆମରି ଗେଲ।

ବଉଳ ଲୋ, ଉଜାଡ଼ି ଦେବେ ସକଳ।୨।

ଫସଲ ଦେବେ ଉଜାଡ଼ି,ଫସଲ ଦେବେ ଉଜାଡ଼ି, 

କଚ୍ଚାଘର ସଙ୍ଗେ ଭାଙ୍ଗିବେ ଭାଡ଼ି

ଭାଙ୍ଗିବେ ଭାଡ଼ି ଲୋ,ମଣିଷ ମାରିବେ ମୋଡି

ବଉଳ ଲୋ,ଗଜ,ନର ଭିଡାଭିଡି।୩।

ବନରେ ମିଳେନି ପାଣି,ବନରେ ମିଳେନି ପାଣି 

 ବନ ଝର ସବୁ ସୁଖିଗଲାଣି

ଶୁଖିଗଲାଣି ଲୋ, ଗାଆଁ ମୁହାଣୀ ହେଲେଣି,

ବଉଳ ଲୋ, ଖାଦ୍ୟ ଅନ୍ବେଷଣେ ପୁଣି।୪।

ଗଳରାଜ ଆମ ପୂଜ୍ୟ,ଗଜରାଜ ଆମ ପୂଜ୍ୟ 

ରେଳ ଲାଇନ ରେ ମରନ୍ତି ଆଜ, 

ମରନ୍ତି ଆଜ ଲୋ,ବିଜୁଳି ତାରରେ ଗଜ।

ବଉଳ ଲୋ, ଶିକାରୀ କବଳେ ଆଜ।୫।

ପକୃତି ଅତି ବିଚିତ୍ର,ପ୍ରକୃତି ଅତି ବିଚିତ୍ର 

ଜୀବଜନ୍ତୁ ବୃକ୍ଷ ଆମରି ମିତ୍ର,

ଆମରି ମିତ୍ର ଲୋ,ପାଞ୍ଚିବା ତାହାରି ହିତ।  

ବଉଳ ଲୋ ପରିବେଶ ଆମ ମିତ୍ର।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational