STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଅଣସର

ଅଣସର

1 min
24


ସ୍ନାନ ପୂର୍ଣ୍ଣିମା ରେ ଭାଇ ଭଗ୍ନୀ ସଙ୍ଗେ

 ସ୍ନାହାନ ମଣ୍ଡପେ ଯାଇ

ଧାଡି ପହଣ୍ଡି ରେ ଚତୁର୍ଦ୍ଧା ମୂରତି

 ମନ ରେ ଆନନ୍ଦ ହୋଇ।

ଶହେ ଆଠ ଗରା ସୁବାସିତ ଜଳେ

 ସୀନାନ କରି ଖୁସିରେ

ଅବେଳା ରେ ସ୍ନାନ କରିବାରୁ ସିନା

 ଜ୍ଵର ଘୋଟିଲା ଶରୀରେ।

ସ୍ନାନ ମଣ୍ଡପ ରୁ ରତନ ବେଦୀ କୁ

  ଯାଇ ନ ପାରି ଗୋସାଇଁ

ଜ୍ୱରରୁ ନିସ୍ତାର ପାଇଁ କି ରହିଲ

  ଅଣସର ଗୃହେ ଯାଇ।

କେତେ ଜଡି ବୁଟୀ ଫୁଲୁରୀ ତୈଳ ରେ

 ବଇଦ ସେବା କରନ୍ତି

ଶ୍ରୀ ଅଙ୍ଗ କୁ ବାଧା ନ ହେବା ପାଇଁକି

  କେତେ ସେ ଯତ୍ନ ନିଅନ୍ତି।

ଅଣସର ଘରେ ରହିଲେ ଗୋସାଇଁ

 ଶ୍ରୀ ମନ୍ଦିର କରି ଶୂନ୍ୟ

ତୁମ ଲାଗି ସିନା ଅଣସର ଘର

  ନିଜକୁ ମାଣଇ ଧନ୍ୟ।

ଏତିକି ଗୁହାରୀ ଜଗତ ଠାକୁର

  ଆରୋଗ୍ୟ ହୋଇ ଚଞ୍ଚଳ

ଅଣସର ଘରୁ ବାହାରି ହେ ପ୍ରଭୁ

  ଭକ୍ତଙ୍କୁ କରିବ କୋଳ।

ନବ ଯଉବନ ନେତ୍ର ଉତ୍ସବରେ

 ଭକ୍ତଙ୍କୁ ଦେଇ ଦର୍ଶନ

ଭାଇ ଭଗିନୀ ଙ୍କୁ ନେଇ ଜଗନ୍ନାଥ

  ରଥ କର ଆରୋହଣ

ହେ ଭକ୍ତ ପରାଣ ଧନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational