STORYMIRROR

Lingaraja Dash

Tragedy Inspirational

3  

Lingaraja Dash

Tragedy Inspirational

ଦୁହିତା

ଦୁହିତା

1 min
146

ମାଆ ଲୋ ମାଉସୀ ମୋର,

ପାଦତଳେ ତୁମ କୋଟି ଜୁହାର,ମୋ ମାଉସୀ ଲୋ,

ମୋର କଥାକୁ ନଜର କର, ମାଉସୀ ଲୋ।

     ଦୁହିତା ଘରର ଶୀରି

     ହତାଦର ତାକୁ ଯମା ନକରି,ମୋ ମାଉସୀ ଲୋ,

     ତାକୁ ପାଳିବ ଯତନ କରି, ମାଉସୀ ଲୋ।

ପାଳିବ କରି ଯତନ,

ଦୁହିତା ନୁହେଁ ସେ ମଣି କାଞ୍ଚନ,ମୋ ମାଉସୀ ଲୋ,

ତା'ର ଶ୍ରୀ ବୃଦ୍ଧି ରେ ଦେବ ମନ, ମାଉସୀ ଲୋ।

       ଶିକ୍ଷା ରେ ତା ଧ୍ୟାନ ଦେବ,

       ନିର୍ଲୋଭରେ ଧନ ବ୍ୟୟ କରିବ,ମୋ ମାଉସୀଲୋ

      ଶିକ୍ଷା ଲଭିଲେ ଯଶ ରଖିବ ମାଉସୀ ଲୋ।

ପୁଅ ପୁଅ ବୋଲି ନାଚି

ଝିଅକୁ ଶିଳାରେ ଦିଅନା ଛେଚି, ମୋ ମାଉସୀ ଲୋ,

ଝିଅ ରହୁ ଦେଶ ପାଇଁ ବଞ୍ଚି, ମାଉସୀ ଲୋ 

        ଯୁଗ ଯାଇଛି ବଦଳି 

        ଆଜି ଝିଅ ନୁହେଁ କାଲିକା ପରି ,ମୋମାଉସୀଲୋ

        ତାକୁ ନଦିଅ କଳୀରୁ ଦଳି, ମାଉସୀ ଲୋ।

ଝିଅ ବି ପୁଅ ସମାନ

ଅସ୍ତ୍ର ଧରି ଯାଏ ରଣ ଅଙ୍ଗନ, ମୋ ମାଉସୀ ଲୋ,

ନାଶ କରିବ ଶତୃ ସଇନ ମାଉସୀ ଲୋ।

        ଦେଶ ଶାସନର କଳା

        ପରିଚାଳନାରେ ନୁହେଁ ଦୁର୍ବଳା ,ମୋମାଉସୀଲୋ

        ଦେଶୁ ଦୁର୍ନୀତି ଟାଳିବ ପରା ମାଉସୀ ଲୋ।

ନାହିଁ ଏମିତିକା କାର୍ଯ୍ୟ

ପଛଘୁଞ୍ଚା ଦେବ ହରାଇ ଧୈର୍ଯ୍ୟ, ମୋ ମାଉସୀ ଲୋ,

ତୁମେ ଜାଣନାକି ତାର ଶୌର୍ଯ୍ୟ ମାଉସୀ ଲୋ।

          ମହାକାଶଯାନ ଚଢି‌ ,

         ଗ୍ରହ ମଣ୍ଡଳକୁ ଯିବସେ ଉଡି, ମୋମାଉସୀଲୋ

         ଜ୍ୟୋତି ର୍ବିଜ୍ଞାନ ଶାସ୍ତ୍ରକୁ ପଢ଼ି ମାଉସୀ ଲୋ।

ଦୁହିତା ନୁହଁଇ ପିତା

ଦୁଇ କୁଳକୁ ସେ ହୋଇବ ହିତା, ମୋ ମାଉସୀ ଲୋ,

ଦିନେ ହେବସେ ଜଗତଜିତା ମାଉସୀ ଲୋ।

        ଯୌତୁକ ଜୂଇ କୁ ଡରି,

        ଦୁହିତା କୁ ଗର୍ଭୁ ଦିଅନା ମାରି, ମୋ ମାଉସୀ ଲୋ

        ସୃଷ୍ଟି ଯିବ ରସାତଳେ ଚାଲି ମାଉସୀ ଲୋ,

ସତୀ ସାବିତ୍ରୀ ଜଣେ ଦୁହିତା

ଦୁହିତା ବି ରାମଚନ୍ଦ୍ର ବନୀତା,ମୋ ମାଉସୀ ଲୋ,

ଯୁଗ ଯୁଗ କୁ ରଖିଲେ କଥା ମୋ ମାଉସୀ ଲୋ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy