STORYMIRROR

Biswaranjan Pradhan

Inspirational Others

3  

Biswaranjan Pradhan

Inspirational Others

କାଇଜେନ୍ ର ଦୃଢସ୍ତମ୍ଭ

କାଇଜେନ୍ ର ଦୃଢସ୍ତମ୍ଭ

1 min
17

ଅନ୍ଧାର ପଥରୁ ଉଜ୍ବଳ ଦୁନିଆ ଦେଖିଚି ମୁଁ ଚିତ୍ତ ସାର୍ ଙ୍କ ଆଖିରେ,

ମାତା ପିତା ପରି ସ୍ନେହ ଶ୍ରଦ୍ଧା ଥାଏ ଆକଟ ପଣର ଭିତରେ 

ଦୀପଟିଏ ପରି ନିଜେ ଜଳି ଜଳି ଜଳାନ୍ତି ଅନେକ ଦୀପ,

ସେହି ଆଲୋକ ରେ ଦୂରୀଭୂତ ହୋଇଥାଏ କାଇଜେନ୍ ର ସବୁ ଛାପ 

ଆଜ୍ଞାନ ଅବୋଧ ପଦାର୍ଥ ବିଜ୍ଞାନ ରେ ସେଇ ଏକା ଜ୍ଞାନଗୁରୁ,

ଭୂମିକା ତାଙ୍କର ବହୁ ଉଚ୍ଚତର କାଇଜେନ୍ ବାସୀଙ୍କ ଜୀବନରୁ 

ସମ୍ପୂର୍ଣ ଜୀବନ କରି ସମର୍ପଣ କରୁଥାନ୍ତି ଶିକ୍ଷା ଦାନ,

ପ୍ରତିବଦଳ ରେ କିଛି ଚାହାଁନ୍ତି ନାହିଁ ଧନ୍ୟ ତାଙ୍କ ସ୍ୱାଭିମାନ

ପ୍ରେରଣା ଉତ୍ସାହ ଉଦ୍ଦୀପନା ଶିକ୍ଷା ସବୁର ସେ ପ୍ରତି ମୂର୍ତ୍ତି,

ନିଜ ହାତେ ସେ ଗଢି ତୋଳିଛନ୍ତି କାଇଜେନ୍ ଜଗତେ କୀର୍ତି 

ଜୀବନ ଯାତ୍ରା ର ପଥ ପ୍ରଦର୍ଶକ ପଦାର୍ଥବିଜ୍ଞାନ ର ଦୃଢ଼ସ୍ତମ୍ଭ,

ତାଙ୍କରି ତନୁ ରେ ଦୃଶ୍ୟମାନ ହୁଏ ନିଉଟନ୍ ଙ୍କ ପ୍ରତିବିମ୍ବ 

ଶିଖେଇଛନ୍ତି ସେ ପରୋପକାରୀ ସହିଷ୍ଣୁତା ଭାବ ସଦା,

ମଣିଷ ପଣିଆ ଦରଦି ହୃଦୟ ରଖିବାକୁ ସଦାସର୍ବଦା 

ଦୟା କ୍ଷମା ଆଦି ଗୁଣରେ ଭୂଷିତ କରୁଣା ର ପ୍ରତିମୂର୍ତ୍ତି,

ଚରଣ ଯାହାର ମୁକ୍ତି ର ମାଧ୍ୟମ ପୂଜା ହୋଇଥାଏ ନୀତି 

ପୁସ୍ତକ କଲମ ନୁହେଁ ଖାଲି ଶିକ୍ଷା ଭ୍ରାନ୍ତରେ ରହିବ ନାହିଁ,

ଦୁନିଆରେ ଜଣେ ଭଲ ମଣିଷ ହିଁ ଜ୍ଞାନୀ ରେ ଗଣା ହୁଅଇ 

ଯିଏ ଯେତେ ଉଚ୍ଚ ପଦବୀରେ ଥାଉ ତାଙ୍କ ଆଗେ ସବୁ ବୃଥା,

ଆଜି ବି କ୍ଷଣିକେ ହୋଇଗଲେ ଭେଟ ନଇଁ ଯାଏ ଆପେ ମଥା 

ଯାହାଙ୍କୁ ଦେଖଲେ ମୁଣ୍ଡ ନଇଁ ଯାଏ କୃତଜ୍ଞତା ସହକାରେ,

ସାର୍ଥକ ହୋଇଛି ଜୀବନ ମୋହର ଯାହାଙ୍କ କରୁଣାରେ 

ଗୁରୁଙ୍କ ମହିମା ଗୋଟିଏ ଦିନରେ ବର୍ଣ୍ଣିବା ସମ୍ଭବ ନୁହେଁ,

ସେ ଗୁଣ ଗାରିମା ଗାଉ ଗାଉ ବୋଧେ ଯୁଗ ଯୁଗ ଲାଗିଯିବ 

କ୍ଷମତା ନାହିଁ ମୋ ତାଙ୍କ ଉପକାର କଲମ ରେ ଲେଖିବା ପାଇଁ,

ଏତିକି କହିବି ତାଙ୍କ ପାଦ ତଳେ ଋଣୀ ମୁଁ ଆଜୀବନ ପାଇଁ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational