Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswaranjan Pradhan

Inspirational Others

4.0  

Biswaranjan Pradhan

Inspirational Others

ନବରତ୍ନ

ନବରତ୍ନ

1 min
301


ବାସଗୃହ ଠାରୁ     ଦୂରେ ରହୁଥିଲା

    ସ୍ନାନାଗାର ପାଇଖାନା

ପାଦର ପାଦୁକା    ଦୁଆରେ ରହିବ

    ଘରେ ପଶିବନି ଜମା ।


ପାଦ ହାତ ଧୋଇ   ଗୃହକୁ ପ୍ରବେଶ

     ନ ଥିଲା ଅନ୍ୟ ବାହାନା

ସ୍ନାନ ନ ସାରୁଣୁ    ରୋଷେଇ ଘରକୁ

     ସମ୍ପୂର୍ଣ୍ଣ ରୂପେ ଯେ ମନା ।


ସ୍ନାନ ଶେଷ ପରେ   ଅଗାଧୁଆ ଲୋକେ

     ଛୁଇଁବା ତ ଥିଲା ଘୃଣା

ଶ୍ମଶାନ ରୁ ଫେରି    କିମ୍ବା ଚୁଟି କାଟି 

     ଅଗାଧୁଆ ଗୃହେ ମନା ।


ଜନମ ମରଣ      ଗୃହେ ଦଶ ଦିନ

     ସଙ୍ଗରୋଧ ବାଧ୍ୟ ସିନା

ଶବ ଉଠା ଘର     ଖାଦ୍ୟ ପଦାର୍ଥ ଯେ

     ଦଶ ଦିନ ପାଇଁ ମନା ।


ଲୁଗା ପଟା ସବୁ     ତୋଠେ ସଫା ହେବ

     ଇସ୍ତ୍ରି ଚେଙ୍କ ହେବ ସିନା

ନଅଟି ଉପାୟ      ପାଳନ ନ କରି

     ଏବେ ପାଉଛେ ଯନ୍ତ୍ରଣା ।


ପାଶ୍ଚାତ୍ୟ ସଂସ୍କୃତି    ଆମ ସଂସ୍କୃତିକୁ

     ପରିହାସେ କଲା ଘୃଣା

ପୁରୁଣା କାଳିଆ     ବୋଲି କହିବାରୁ

     ଆମେ ହୋଇଗଲେ ବଣା ।


ବିକଟାଳ ରୂପ      ଅରୂପ ଧରିଛି

     ତାଣ୍ଡବ ମୃତ୍ୟୁ ଯନ୍ତ୍ରଣା

ଆପଣାର ଦୋଷେ    ରୋଗ ଦୁଃଖ ଶୋକ

     କରୋନା ମାତ୍ର ବାହାନା ।


ଧନ୍ୟ ଆମ ମୁନି      ଋଷି ସନ୍ଥ ଜନ

     ଧନ୍ୟ ତାଙ୍କରି କରୁଣା

ଆମ ସଂସ୍କୃତିରେ     ଚଳି ଆସିଥିଲେ

      ଆସି ଥାଆନ୍ତା କି କରୋନା ।



Rate this content
Log in

Similar oriya poem from Inspirational