STORYMIRROR

Sambit Srikumar

Abstract Action Crime

4  

Sambit Srikumar

Abstract Action Crime

ଅନ୍ଧକାର

ଅନ୍ଧକାର

1 min
312


ସଞ୍ଜ ନଇଁଲେ ଅସଂଖ୍ୟ ଖର୍ବକାୟ ବିଷାକ୍ତ ଜୀବ

ଆପଣାର ଗୁପ୍ତ ଠିକଣାରୁ ଆସନ୍ତି ବାହାରି ପଦାକୁ

ତୀକ୍ଷ୍ନ ମୁନିଆ ପଞ୍ଝା ମେଲି ଖାଇବାକୁ ଝୁଣି ଝୁଣି

ଅପେକ୍ଷାକୃତ ଦୁର୍ବଳ ପ୍ରାଣୀର ନରମ କଅଁଳ ମାଉଁସ

ବଡ଼ ବିଚିତ୍ର ଏଇ ଜୀବଙ୍କର ଭୋକ ଆଉ ଶୋଷ

ବହୁ ଦୂରୁ ଜାଣିପାରନ୍ତି ଏମାନେ ଶିକାରର ବାସ

ଟକ୍ ମକ୍ ହୋଇ ଜାଗି ଉଠେ ଜାନ୍ତବ ବିକାର

ହୁତୁ ହୁତୁ ଜଳି ଉଠେ କ୍ଷୁଧାର ଅନଳ ଦୁର୍ବାର ll

ଯେତେ ଝୁଣି ଟାଣି ଖାଇଲେ ବି ରକ୍ତ ମାଂସ ହାଡ

ମେଣ୍ଟେ ନାହିଁ ଆଦିମ ଜାନ୍ତବ ଆସୁରିକ ପିପାସା

ଅସରନ୍ତି ଅଦମ୍ୟ ପାଶବିକ ପୈଶାଚିକ ନିଶା

ସର୍ବଗ୍ରାସୀ ତୃଷ୍ଣା ଚାହେଁ କରିବାକୁ ବ୍ରହ୍ମାଣ୍ଡକୁ ଗ୍ରାସ

ଲଭିବାକୁ ତହିଁରେ ଆତ୍ମ ତୃପ୍ତିର ପରମ ସନ୍ତୋଷ

ଯେ ପର୍ଯ୍ଯନ୍ତ ପୂର୍ବାକାଶେ ସୂର୍ଯ୍ୟର ହୋଇନି ପ୍ରକାଶ

ପଶ୍ଚିମାକାଶେ ପୁଣି ସୂର୍ଯ୍ୟ ହେଲେ ଅସ୍ତାଚଳଗାମୀ

ଏଇ ବିଷାକ୍ତ ଜୀବଙ୍କ ଉପଦ୍ରବେ କମ୍ପଇ ମେଦିନୀ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract