STORYMIRROR

Premasila Raut

Crime Others

4  

Premasila Raut

Crime Others

ମୋ ଦେଶ ହସୁଛି

ମୋ ଦେଶ ହସୁଛି

1 min
158


ଦେଶରେ ମୋହର ପାପର ଭାରା

ବଢ଼ି ବଢ଼ି ସତେ ଚାଲିଛି

ନାରୀ ନିର୍ଯାତନା ନାରୀକୁ ଅସମ୍ମାନ

ସବୁବେଳେ ସତେ କରୁଛି

ତଥାପି…. ମୋ ଦେଶ ହସୁଛି ।


ଦିନରେ ରାତିରେ ଚୋରି ଡକାୟତି

ମୋ ଦେଶ ଭାଇ କରୁଛି

କାହାର ସଂସାର ଛାରଖାର କରି

କାହାକୁ ଜୀବନୁ ମାରୁଛି

ତଥାପି …. ମୋ ଦେଶ ହସୁଛି। 


ଛୋଟ ଦେଖୁନାହିଁ ବଡ଼ ଭାବୁନାହିଁ

ମାଁ ଭଉଣୀ ସାଙ୍ଗେ ଖେଳୁଛି

କୁକର୍ମ ବଳେ ଜୀବନ କରି ନଷ୍ଟ

ବାହାଦୁରି କେତେ ମାରୁଛି

ତଥାପି…. ମୋ ଦେଶ ହସୁଛି ।

 

ସମାଜରେ କେତେ ନୃଶଂସ କାମ

ଭ୍ରୁଣ ହତ୍ୟା କିଏ କରୁଛି

ଭଲ ଚାଷ ପାଇଁ ଚଷା ଭାଇ ସତେ

ଶିଶୁ ବଳି ଚଢ଼ାଉଛି।   ।

ତଥାପି ….. ମୋ ଦେଶ ହସୁଛି ।


ପାଠ ପଢ଼ିବାକୁ ଶରଧାରେ କେତେ

ଝିଅ ମୋର ସ୍କୁଲ ଯାଉଛି

ସ୍କୁଲରେ ଶିକ୍ଷକ ଶିକ୍ଷାଦାନ ବଦଳେ

ଆରାମ ଚେୟାର୍ ରେ ଶୋଉଛି। 

ତଥାପି…. ମୋ ଦେଶ ହସୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime