Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Premasila Raut

Others

2  

Premasila Raut

Others

ପ୍ରିୟ ଆଚାର

ପ୍ରିୟ ଆଚାର

1 min
246


ଖଟା ହେଉ ଅବା ମିଠା ହେଉ

ହୋଇ ଥାଉ ପଛେ ତିଖା ରାଗ

ଭାରି ଭଲ ଲାଗେ ମୋତେ

ତାହା ଅଟେ ମୋ ପ୍ରିୟ ଖାଦ୍ୟ ଆଚାର ।

ଆଚାର ଦେଖି ଲାଳ ମୋର ଗଡେ

ନ ଖାଇ ସତେ ରହି ହୁଏ ନା

ବାସନାରୁ କେତେ ଝରି ପଡୁଥାଏ

ଅମାନିଆ ଲାଳ ମୋ ପାଟିର ।

ଆମ୍ବ , ଲେମ୍ବୁ, ଗାଜର ,ସଜନା

ଅଛି ଯେତେ ପ୍ରକାର ଆଚାର

ସବୁଥିରୁ ଟିକେ ଖାଇଦେଲେ

ପେଟ ଯାଏଁ ମୋର ପୁରି ।

ଭାତ ଡାଲମା ସାଥେ ଟିକିଏ

ଖାଇଦେଲେ ଖଣ୍ଡେ ଆଚାର

ଲୋଡା ହୁଏ ନାହିଁ ଜମା ମୋତେ

ଖଟା, ଶାଗ ,ଭଜା ତରକାରି ।


Rate this content
Log in