Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Premasila Raut

Abstract

5.0  

Premasila Raut

Abstract

ଆଧୁନିକ ବୋହୁ ମାଁ

ଆଧୁନିକ ବୋହୁ ମାଁ

2 mins
390


ଝିଅ ଟିଏ ଆଜି ନୂଆ ବଧୁ ସାଜି ଆସିଛି ଘରକୁ ମୋର ସାନ୍ନିଧ୍ୟରେ ତା'ର ମୋ ଘର ଅଗଣା ପାଲଟିଛି ସ୍ବର୍ଗପୁର । ଅଟେ ସେ ତ ସତେ ଲକ୍ଷ୍ମୀ ପ୍ରତିମା ମୋ ଘରର ଯେ ଘରଣୀ ଜଣା ଅଛି ତାକୁ ଘର କାମ ସବୁ ଅଟେ ଜଣେ ସୁଗୃହିଣୀ । ରାନ୍ଧୁଥିଲି ଯେବେ ଚୁଲିରେ ଯେ ମୁହିଁ ଲାଗୁଥିଲା ବେଶି ସମୟ ବାଟୁଥିଲି ସିଲେ ବସି ମସଲା ହୋଇଣ କେତେ ଅଥୟ । ନଈ ତୁଟେ ଯେବେ ଧୋଉଥିଲି ଲୁଗା ରଗଡ଼ି ରଗଡ଼ି କେତେ ହାତର ଚମଡା,ନଖ ସବୁ ମୋର ଯାଉଥିଲା ସରି ସେତେ । କୁଟୁ ଥିଲି ଡାଳି ଢେଙ୍କିଶାଳାରେ ମୁଁ ହୋଇ କେତେ ହତାଦାର କୁଟି କୁଟି ବେଳ ଗଡି ଯାଏ କେତେ ଖାଇ ମୋ ହାତ ପାହାର । ହିସାବ ତାହାର ନାହିଁ ଏ ଦିନରେ କାଟୁଥିଲି କଷ୍ଟେ ଦିନ ସକାଳୁ ଆରମ୍ଭ ରାତ୍ରି ହୁଏ ଶେଷ ହେଲେ ସରେନାହିଁ କାମ । ବୋହୁ ମୋର ଆଜି ରାନ୍ଧୁଛି ଗ୍ୟାସ୍ ରେ ଫୋନରେ ଚାଟିଙ୍ଗ କରି ଗୋଟିଏ ଘଣ୍ଟାରେ ସାତଟି ବ୍ୟଞ୍ଜନ କରୁଛି ଦେଖ ତିଆରି । ମସଲା ବାଟୁଛି ତ ଗ୍ରାଇଣ୍ଡରରେ କରିଯେ ଭିଡିଓ କଲ୍ ସିଲ୍ ସରେ ନାହିଁ ବାଟେ ସେ ମସଲା ଦୁଇ ମିନିଟେ କମାଲ୍। ୱାସିଙ୍ଗ ମେସିନ୍ ରେ ଧୁଅଇ ଲୁଗା ଷ୍ଟାଇଲ ସିଲ୍ଫି ନେଇ ପଡେ ନାହିଁ ଆଉ ରଗଡା ଘସଡା ଆପେ ଆପେ ଯାଏ ହୋଇ । ହେମ ଦସ୍ତାରେ ବୋହୁ ଡାଳି କୁଟୁଛି ଟିଭିରେ ଫିଲ୍ମ ଦେଖି ଢେଙ୍କିଶାଳ ଆଉ ଚୁଳିକୁ ଗଲାଣି ଦେଖୁନାହିଁ ଜମା ଆଖି । କାମ କରିବାରେ କିଛି କଷ୍ଟ ନାହିଁ ସବୁ ସହଜେ ହେଉଛି ଆଗ ପରି ଆଉ ହେଇନାହିଁ ଦିନ ଧିରେ ସବୁ ବଦଲିଛି । ଆଜିର କାମରେ ନାହିଁ ସେ ଦରଜ ଚମଡା ନଖର ରୋଷ ହାତର ପାଣି ଯେ ହାତରେ ଥାଇ ହୁଏ ନାହିଁ ଆଉ କ୍ଲେଶ । ଆଜିର ବୋହୁଙ୍କ ଚୁଟୁକିରେ କାମ ହୋଇଯାଏ ସବୁ ଶେଷ ଆଧୁନିକ ପରା ଆମ ବୋହୁ ମାଆଁ ଦେଖି ଲାଗେ ଭାରି ହସ ।


Rate this content
Log in

Similar oriya poem from Abstract