STORYMIRROR

Premasila Raut

Abstract

2  

Premasila Raut

Abstract

ପରିବେଶ ରକ୍ଷା

ପରିବେଶ ରକ୍ଷା

1 min
254

ମନ ବଲାଉଛି ଜୀବନରେ ମୋର ଭଲ କାମ ଟି କରିବି ପରିବେଶକୁ ପ୍ରଦୁଷିତ ମୁଖରୁ ରକ୍ଷା ପାଇଁ ପଣ ନେବି

ମନରେ ଭାବିଛି ଗଛ ଟିଏ ରୋପି ପରିବେଶ ବଞ୍ଚାଇବି ବେଶି ପରିମାଣ ଯାନବାହାନ ର ଚଳାଚଳ ହଟାଇବି

କାରଖାନା ଓ ଯାନବାହାନ ଧୂଆଁ ଗ୍ରାସୁଛି ପରିବେଶକୁ ସଚେତନ ପାଇଁ ଦେବି ଯେ ଡାକରା ଗୋଟି ଗୋଟି କରି ସଭିଙ୍କୁ

ଗଛ ଲଗେଇବା କୁ ମାଟି ଖୋଳେ ଯେବେ ସବୁଠିଁ ପାଏ କାଗଜ ତା ସାଥେ ପୁଣି ପଲିଥିନ୍ ପ୍ଲାଷ୍ଟିକ ରହିଥାଏ ତ ସବୁଜ

ଏମିତି ସବୁଜ ବର୍ଜ୍ୟ ବସ୍ତୁ ଥିଲେ ଗଛ କେମିତି ବଞ୍ଚିବ ଗଛ ନ ବଞ୍ଚିଲେ ପ୍ରାଣୀ ଜଗତଟା ଅମ୍ଳଜାନ ବିନା ମରିବ

ବର୍ଜ୍ୟ ବସ୍ତୁ ଦ୍ବାରା ପରିବେଶ ଆମ ଦୂଷିତ ହେଉଛି ପରା ସେଥିପାଇଁ ସତେ ନିଦାଘ ତାତିରେ ହନ୍ତସନ୍ତ ବିଶ୍ଵ ସାରା

ନିଜ ସ୍ବାର୍ଥ ପାଇଁ କରୁଛି ସତରେ ପରିବେଶ ମୁହିଁ ନଷ୍ଟ ଗଛ ଲଗେଇବା ବଦଲେ କାଟୁଅଛି ତାକୁ ଦେଇ ଯେ ଅନେକ କଷ୍ଟ

ପୋଖରୀ ପାଣିରେ ମଇଲା ଫିଙ୍ଗୁଛି କରୁଛି ପାଣି ଦୂଷିତ ନଈ ପାଣିରେ ଯେ ଗାଈଗୋରୁ ଭିଡ଼ ଥାଆନ୍ତି ସତେ ବହୁତ

ପୁଣି କରୁଅଛି ବାହାରେ ଯେ ଶୈଚ ଫିଙ୍ଗେ ସବୁ ଆବର୍ଜନା ଯେବେ ପରିବେଶ ହୋଇଯିବ ନଷ୍ଟ ପାଇବି ବେଶି ବେଦନା

ଧ୍ୟାନ ନ ଦେଇଣ ପରିବେଶ କୁ ସତେ କରୁଛି ଯେ ଅବହେଳା ସୁରକ୍ଷା ବଦଳେ କରୁଅଛି ଧ୍ଵଂସ କରୁଛି ପୁଣି ଦୁର୍ବଳା

ପରିବେଶ ରକ୍ଷା କରି ନପାରିଲେ ହେବ ନିଶ୍ଚେ ଅସୁବିଧା ଭୋଗିବାକୁ ହେବ ରୋଗ ବ୍ୟାଧି କେତେ ଆସିବ ବିଭିନ୍ନ ବାଧା

ସଚେତନ ହୋଇ ପ୍ରଦୂଷଣ ମୁକ୍ତ ପରିବେଶ କୁ କରିବି ସବୁବେଳେ ତା'ର ସେବା ଯତ୍ନ କରି ଭଲ ତାକୁ ପାଉଥିବି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract