ସବୁଜ ଘାସ ମୁଁ
ସବୁଜ ଘାସ ମୁଁ
କ୍ଷୁଦ୍ର ଅଟେ ମୁହିଁ ମୋ ଶରୀର ବକ୍ଷ ବିରାଟ ଅଟେ ମୋ ମନ ନିଷ୍କାମ ସେବାରେ ଲଗେଇ ଦେଇଛି ଏଇ ମୋ ଟିକି ଜୀବନ ।
ମଳୟ ପରଶେ ନ।ଚିଉଠେ ମୁହିଁ କେଡେ ଆନନ୍ଦିତ ହୋଇ ବାଡି ବଗିଚାରେ ଖେଳ ପଡିଆରେ ଥାଏ ନିଜକୁ ସଜେଇ ।
କେତେ ପ୍ରାଣୀ ମୋତେ ଦଳନ୍ତି ପାଦରେ ରଖିନି କେବେ ହିସାବ ନିର୍ବିକାର ଭାବେ ପଡି ରହିଥାଏ ଦିଏନି କେବେ ଜବାବ ।
କଅଁଳ ଦେହରେ ସାଜିଅଛି ମୁହିଁ ସହିବାର ସବୁ ଶକ୍ତି ସଭିଙ୍କର ପାଦ ପଡିଥାଏ ବୋଲି ମିଳେ ସୌଭାଗ୍ୟର ମୁକ୍ତି ।
ଖୁଣ୍ଟି ଖୁଣ୍ଟି କରି ଖାଇଥାନ୍ତି ମୋତେ କେତେ ଯେ ପ୍ରାଣୀ ସକଳ ଦେହରେ ମୋହର ଶିହରଣ ଖେଳେ ମନ ମୋ ଥାଏ ଚଞ୍ଚଳ ।
ଅଟଇ ମୁଁ ଘାସ ଚିର ଯେ ସବୁଜ କେବେ ଭାଙ୍ଗିଯିବି ନ।ହିଁ ବାଧାବିଘ୍ନ ଯେତେ ଆସୁବା ପଛକେ ହସୁଥିବି ବଞ୍ଚି ରହି ।
ସେବାର ଭାବନା ନେଇ ମୁଁ ବଞ୍ଚିବି ଏ ଧରଣୀ ମନ କୋଳେ ପ୍ରଫୁଲ୍ଲ ଚିତ୍ତରେ ତ୍ୟାଗର ସଙ୍ଗୀତ ଗାଇବି ସୁରଭି ତଳେ ।
ହୋଇ ନ ପାରିଲି ବିରାଟ ବୃକ୍ଷ ମୁଁ କ୍ଷୁଦ୍ରଟି ସିନା ମୁଁ ଜଗତେ କ୍ଷୁଦ୍ର ହିଁ ସୁନ୍ଦର ସବୁଜ ଘାସ ମୁଁ ଧନ୍ୟ ମଣଇ ସର୍ବତ୍ରେ ।
