STORYMIRROR

Premasila Raut

Inspirational

3  

Premasila Raut

Inspirational

ଭାଇ ଭଉଣୀର ସମ୍ପର୍କ

ଭାଇ ଭଉଣୀର ସମ୍ପର୍କ

1 min
294


ଭାଇ ଭଉଣୀର ସମ୍ପର୍କ ଅପାର

ସେଇ ସମ୍ପର୍କ ବିଶ୍ୱାସ ଭରଷାର

ସେଇ ସମ୍ପର୍କ ହୃଦୟ ଆତ୍ମାର

ଯେଉଁ ସମ୍ପର୍କରେ ନାଁ ଅଛି ଛଳନା 

ନାଁ ଅଛି ପ୍ରତାରଣା

ନାଁ ଅଛି ବେଦନା ନାଁ ଅଛି ଯାତନା

କେବଳ ଅଛି ଅସରନ୍ତି ସ୍ନେହ ଶାନ୍ତି ।


ଭାଇ ଭଉଣୀର ବନ୍ଧନ ଅତୁଟ

ସେଇ ବନ୍ଧନ ଯୁଗଯୁଗର

ସେଇ ବନ୍ଧନ ପ୍ରତିମୁହୂର୍ତ୍ତର

ଯେଉଁ ବନ୍ଧନରେ ନାଁ ଅଛି ଗର୍ବ ଅହଂକାର

ନାଁ ଅଛି ରାଗ ରୁଷା ମନାନ୍ତର

ନାଁ ଅଛି ଭେଦଭାବ ଦୂର ପର

କେବଳ ଅଛି ସୁଖର ଉଜ୍ଜ୍ୱଳ ଜ୍ୟୋତି ।


ଭାଇଭଉଣୀର ମିଳନ ନିଆରା

ସେଇ ମିଳନ ମଧୁର ସଂଗୀତର

ସେଇ ମିଳନ ପ୍ରୀତିପୁଷ୍ପର

ଯେଉଁ ମିଳନରେ ନାଁ ଅଛି ମିଛର ଅନ୍ଧାର

ନାଁ ଅଛି ପାପ ଅନ୍ୟାୟ ଭାର

ନାଁ ଅଛି ନିର୍ଲଜ କାମନାର ଗାର

କେବଳ ଅଛି ଭଲ ପାଇବାର ପ୍ରୀତି ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational