ଏ କେମିତି ମଣିଷ
ଏ କେମିତି ମଣିଷ
ନିଜ ଦୋଷ କେବେ ଦେଖେ ନାହିଁ ସିଏ
ଆଗେ ଦେଖେ ପର ଦୋଷ
ଦୋଷ କରି ମଧ୍ୟ କଥା କହେ ବଡ
କରେନାହିଁ ଅବଶୋଷ ।
ଭୁଲ୍ କରି ନିଜେ ଭାବେ ନାହିଁ ଥରେ
ଭଲ କି ଖରାପ ବୋଲି
ଯାହା ତାହା କଥା କହିଦିଏ କେତେ
ଯୁକ୍ତି କରି ଲାଗେ କଳି ।
ନିଜ ଭୁଲ୍ ନିଜେ ସ୍ଵୀକାର କରେନି
ପରର ଦୁଃଚିନ୍ତା କରେ
ଲୋକମାନଙ୍କର ସମାଲୋଚନାରେ
ଦିନଟା ତାହାର ସରେ ।
ନିନ୍ଦା ଅପମାନ ଦିଏ ଯେ ଲୋକକୁ
ଥରେ ନୁହେଁ ବାରମ୍ବାର
ନିଜ କଥାକୁ ସେ ମଣି ଥାଏ ଭଳ
ଶୁଣେନି କଥା କାହାର ।
ସେହି ଲୋକ ପାଇଁ ଥୁଆ ହୋଇଥାଏ
ଗାଳି ମାଡ ପାପ ଭାର
ନିଜକୁ ଉତ୍ତମ ଭାବୁଥାଏ ମନେ
କରି ପରକୁ ହତାଦର ।
ନିଜକୁ ସେ ଭାବେ ସବୁଠୁ ସୁନ୍ଦର
ନିଜେ ସବୁଠାରୁ ଭଲ
ଭଲ ହେବା ପାଇଁ ଅଭିନୟ କରେ
ଦେଖି ତାକୁ ଡରେ କାଳ ।