STORYMIRROR

Premasila Raut

Others

4  

Premasila Raut

Others

ଓଡ଼ିଶା କାନ୍ଦୁଛି ଓଡ଼ିଆ ପାଇଁ

ଓଡ଼ିଶା କାନ୍ଦୁଛି ଓଡ଼ିଆ ପାଇଁ

1 min
383

ଓଡିଶା ମାଟିରେ ଜନମ ଆମର ଆମେ ତାର ଟିକି ସନ୍ତାନ

ତା ପାଣି ପବନେ ଗଢା ଏ ଶରୀର ରଖିଛୁ ତା କୋଳେ ପରାଣ ।

ଖେଳିଛୁ ବଢିଛୁ ତା କୋଳେ ଆମେରେ ମାଆ ଅଟେ ସିଏ ଆମର

ଅଳି ଅର୍ଦ୍ଧଳିକୁ ସହିଛି କେତେ ଯେ କରି ଆମକୁ ଆପଣାର ।

ଓଡିଶା ରାଇଜର ସବୁଠୁ ସୁନ୍ଦର ମାତୃଭାଷା ଆମ ଓଡିଆ

ଓଡିଶାବାସୀଙ୍କ ହୃଦୟର ଭାଷା ଅଟେ ଭାରି ସତେ ବଢିଆ ।

ରହିଅଛି କେତେ ଆମରି ଭାଷାରେ ଶାନ୍ତି ମୈତ୍ରି ସୁଖ ସମୃଦ୍ଧି

ଅଟେ ସବୁ ପଦ ଅମୃତର ବାଣୀ ପଢି ମନ ହୁଅଇ ସିଦ୍ଧି ।

ପବିତ୍ର ଆମରି ଏ ଓଡିଆ ଭାଷା ଚନ୍ଦନ ଏ ଓଡିଶା ମାଟି

ନିଆରା ଯେ ଆମ ପରବପର୍ବାଣୀ ମହାନ ଆମର ସଂସ୍କୃତି ।

ଓଡିଶା ମାଟିରେ କେତେ ବୀର ଗଣ ଜନମି ଅଛନ୍ତି ପୁଣ୍ୟବଳେ

ଓଡିଆ ଜାତିର ଓଡିଆ ଭାଷାର ଟେକ ସତେ ରଖିଥିଲେ ।

ଆଜିର ଦିନରେ ଓଡିଶା ମାଆଟି ହୋଇଅଛି ତ ସର୍ବହରା

ଭାଷାକୁ ହରେଇ ମନରେ ତାହାର ବଢିଛି କେତେ ଦୁଃଖ ଚାରା ।

ଗୁମୁରି ଗୁମୁରି କାନ୍ଦୁଛି ତା ମନ ଅସମ୍ମାନ ଅପମାନରେ

ତା ଭାଷାକୁ ପରା ଏ ଓଡିଆ ଜାତି ଭୁଲିଯାଏ ଅତି ଖୁସିରେ ।

ଭୁଲିଯାଏ ତାର ଗୌରବ ମହିମା କହିବାକୁ କରେ ସଂକୋଚ

ଅଲଗା ଦେଶର ଭାଷାକୁ ଆଦରି ସମାଜେ ମଣେ ସେ ନୀଚ ।

ନିଜ ପରମ୍ପରା ନିଜ ସଂସ୍କୃତିକୁ ଗୋଡରେ ଏଡାଇ ଦଉଛି

ଉପରେ ଉପରେ ଲୋକ ଦେଖାଣିଆ ମୋ ଭାଷା ମହାନ କହୁଛି ।


Rate this content
Log in