Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Premasila Raut

Others

3  

Premasila Raut

Others

ହେ ଇଶ୍ଵର

ହେ ଇଶ୍ଵର

1 min
297



 ହେ ଇଶ୍ଵର

 ପାଖରୁ ତ କେବେ ଦେଖିନି ତୁମକୁ

 ଦେଖିନି ତୁମ ରୂପ ଆକାରକୁ

 ଛୁଇଁ ନାହିଁ କେବେ ତୁମରି ଦେହକୁ

 କି ଜାଣି ନାହିଁ ତୁମ ପୂଜା ବିଧିକୁ   ।


 ହେ ଇଶ୍ଵର

 କିନ୍ତୁ ଏତିକି ଜାଣିଛି ଯେ

 ତୁମେ ସମସ୍ତଙ୍କ ବନ୍ଧୁ

 ତୁମେ ସବୁଠାରେ ଦିବ୍ୟମାନ

 ତୁମେ ପ୍ରତିଟି ପ୍ରାଣର ଠାକୁର  ।


ହେ ଇଶ୍ଵର

ତୁମକୁ ସମସ୍ତେ ଅନୁଭବ କରନ୍ତି

ତୁମକୁ ଗଭୀର ବିଶ୍ୱାସ କରନ୍ତି

ସବୁଠୁ ଅଧିକା ତୁମକୁ ଭଲପାଆନ୍ତି 

ତୁମରି ପ୍ରତ୍ୟେକ ବାର୍ତ୍ତାକୁ ସମ୍ମାନ ଜଣାନ୍ତି  ।


ହେ ଇଶ୍ଵର

ତୁମରି ଇସାରାରେ ସୂର୍ଯ୍ୟ ଚନ୍ଦ୍ର ଯାତାୟତ 

ତୁମ ଇଚ୍ଛା ବଳେ ଫୁଲ ଫୁଟେ ଫଳ ଫଳେ

ତୁମ ଆଦେଶ ରେ ମଳୟ ବହେ

ତୁମରି ଇଙ୍ଗିତରେ ମାଟି ଓଦା ହୁଏ   ।


ହେ ଇଶ୍ଵର

ତୁମରି ମହିମା ସତରେ ଅପାର

ତୁମରି ନାମ ଜପ ଏ ଜଗତେ ସାର

ତୁମରି ବାଣୀ ଅମୃତଠୁ ମଧୁର

ତୁମରି ଆଶିର୍ବାଦ ଅଟେ ସରଗପୁର

ସେଥିପାଇଁ ତ ମନ କହେ ନିରନ୍ତର

ହେ ଇଶ୍ଵର,, ତୁମକୁ କୋଟି ନମସ୍କାର  ।




Rate this content
Log in