Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Abstract Others

5.0  

Sadananda Sahoo

Abstract Others

ପ୍ରେମାନୁତାପ

ପ୍ରେମାନୁତାପ

1 min
517



ଘଟଣା ପ୍ରବାହ ବିଚାର ବିମର୍ଷ 

   ଏକ ସଙ୍ଗେ ଦୁଇ ଯୋଡି , 

ତ୍ରୁଟିବ୍ଯୁଚିତିରେ ମାନବ ହିଁ'ଜଳେ 

    ଖୋଲି ଅନୁତାପ ପେଡ଼ି ! ! 


ଅନୁତାପ ନିଆଁ ଭାଗ୍ୟ ବିଡମ୍ବନା 

    ହୃଦୟକୁ  ଦିଏ ଜାଳି  , 

ପ୍ରାୟଶ୍ଚିତ ମିତ ଜଗତେ ମାନବ 

   ନିଇତି ହୁଅଇ  ଭାଳି ! ! 


ପ୍ରେମ ବୀରହରେ ଅବସନ୍ଧି ଥାଏ 

     କଥାଟି ନୁହଁଇ ନୂଆ ,  

ତଥାପି ମଣିଷ କରେ ଅନୁତାପ  

   ହୃଦୟରେ ଲାଗେ ନିଆଁ ! !


ପ୍ରେମୀକ ପ୍ରେମିକା ଯୌବନ କଳିକା 

     ତର୍ଜମା ବିହୀନ ଯୋଡି 

ପ୍ରେମ ସାଥୀ କହେ ଭାବପ୍ରବଣରେ 

    ପ୍ରେମମୋ କୁହୁକ ପେଡ଼ି ! !


ପ୍ରେମ ବୀରହ'ର ତର୍ଜମା ସାପେକ୍ଷ 

     ହୃଦୟ ପରାଣ ଗାଥା , 

ପ୍ରେମପ୍ରେମୀ ମାନେ ଭାବପ୍ରବଣରେ 

     ପ୍ରେମକୁ ମଣନ୍ତି ଶସ୍ତା ! ! 


ସ୍ଵପ୍ନ ହେଉ ଅବା ଥାଉ ବାସ୍ତବତା 

     ବିଶ୍ଳେଷଣ କର ମନେ , 

ନିଷ୍ପତି ଆପତ୍ତି ଦୁଇ ଗୋଟି ଛବି 

   ଆବାହନ  ବିସର୍ଜନେ ! ! 


ଯୁବକ ଯୁବତୀ ସଚେତନ ମତି 

    ଯୌବନା ସମ୍ପଦା ମଣି , 

କଳଙ୍କର ଟିକା ପିନ୍ଧ ନାଇଁ ଜମା 

    ସମାଜ ବୋଲିବ ଗୁଣୀ ॥ 


ଅନୁତାପ ବୃଥା କହୁଛି ସହସା 

     ହୁଅନାହିଁ  ଭାରକ୍ରାନ୍ତ , 

ସମସ୍ୟା ସାଧନ ହୋଇବ ନିଶ୍ଚୟ 

    ଶୋଚନାରୁ ହୁଅ କ୍ଷାନ୍ତ ॥ 


Rate this content
Log in

Similar oriya poem from Abstract