STORYMIRROR

Sunita Sahoo

Abstract Others

4  

Sunita Sahoo

Abstract Others

ଶହୀଦ

ଶହୀଦ

1 min
320

ଆକାଶ ଛାତିରେ ଧ୍ରୁବ ତାରା ତୁମେ

ମୋ ଆଖିର କଜଳ ଗାର,

କେବେ ତାରା ହୋଇ ମିଟି ମିଟି ହସ

ଫୁଲ ତୁମେ ମୋ ଅଗଣାର।

ଝୁରେ ମୁଁ ତୁମରି କଥାକୁହା ଆଖି,

ଆବେଗରେ ଭରା ହସ,

ତୁମ ପ୍ରତିଶ୍ରୁତି ଦେଶ ପାଇଁ ଥିଲା

କାହିଁ ମୁଁ ହେବି ଉଦାସ !

ମଥାରେ ତୁମକୁ ସଜାଇ ମୁଁ ଥିଲି

ସିନ୍ଦୂର ଥିଲା ମୋ ସାକ୍ଷୀ,

ଦେଶ ମାତୃକାର ମୁକୁଟ ସାଜିଲ

ମୁଁ କାହିଁ ହେବି ନିରିମାଖି !

ହସ ଅରଣ୍ୟରେ ଶୁଭୁଥିଲା

ଆମ ଦାମ୍ପତ୍ୟ ର କୋଳାହଳ,

ଆଜି ପୁଣି କାହିଁ ନୀରବି ଯେ ଗଲା

ଉଜୁଡି ଗଲା ସକାଳ ।

ସେଦିନ ଦେଖିଲି ଫୁଲର ଶେଯରେ

ଶୋଇଥିଲ ଆଖି ମୁଦି,

ତ୍ରିରଙ୍ଗା କହିଲା କାହାଣୀ ରୁ କିଛି

ବାକି ସବୁ ଗଲି ବୁଝି।

ଅନ୍ତର ବେଦନା ବୋହି ତ ପାରେନା

ତଥାପି କରିଛ ଋଣୀ,

ଆର ଜନମକୁ କଥା ମୁଁ ଦେଉଛି

ହେବି ତୁମ ଅର୍ଦ୍ଧାଙ୍ଗିନୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract