STORYMIRROR

Sunita Sahoo

Fantasy Others

4  

Sunita Sahoo

Fantasy Others

ବର୍ଷା ସହ କିଛି ସ୍ମୃତି

ବର୍ଷା ସହ କିଛି ସ୍ମୃତି

1 min
489


ବର୍ଷା

ସେଦିନ ଆସିଥିଲା ଘୁଙ୍ଗୁର ପିନ୍ଧି

ଛମ୍ ଛମ୍ ସୂର ତୋଳି

ଓଦା ଓଦା ସମୀର ବିଞ୍ଚି

ମଧୁର ମଳୟ ସିଞ୍ଚି

ହଁ ସେ ବର୍ଷା......

ମାଟି ସହ ମନକୁ ଓଦା କରେ

କେବେ ଭାରିପଣକୁ ଓହ୍ଲାଇ ଦିଏ

ତ କେବେ ବିରହରେ ଜାଳି ଦେଇ ଯାଏ

କିଛି ଅଦୃଶ୍ୟ ରଙ୍ଗ ଢାଳେ

କିଛି ଶାନ୍ତି ଶୀତଳତା ଭରି ଦେଇ ଯାଏ,

ହଁ ସେ ବର୍ଷା......

ମାଟିର ବାସ୍ନାରେ ମହକି ଉଠେ

ଆଷାଢ଼ ଶ୍ରାବଣ ସହ ସନ୍ଧି କରେ

ପ୍ରେମିକାକୁ ଆନମନା କରେ

ପ୍ରେମର ଫଲଗୁ ଛାଟେ

ମିଠା ପରଶରେ ଭିଜେଇ ପାରେ

ହଁ ସେ ବର୍ଷା.......

ଚାଷୀକୁ ହସେଇ ସ୍ଵପ୍ନ ବୁଣେ

ଆଶାର ଜୁଆର ଆଣେ

କ୍ଷୁଧାର ଉପଶମ ବତାଏ

ଅଭାବୀ ଜୀବନକୁ ବୋଧ ଦିଏ

ସତେକି ମାଆଟିଏ ,

ହଁ ସେ ବର୍ଷା.......

କେବେ ପୁଣି ଉଦଣ୍ଡୀ ଉଗ୍ର ସାଜେ

ପବନର ହାତ ଧରି ସୁ ସୁ ଗର୍ଜନରେ

ଧରଣୀ ଛାତିରେ ନାଚେ

ମାନେନା ଥଳକୂଳ ସ୍ଥିତି ପରିସ୍ଥିତି

ଛାଡି ଯାଏ କିଛି ସ୍ମୃତି ,

ହଁ ସେ ବର୍ଷା.......

ଆସିଥିଲା ଘୁଙ୍ଗୁର ବାନ୍ଧି

ମଥାରେ ଓଢଣୀ ପିନ୍ଧି

ହଁ ସେ ବର୍ଷା ସେ ବର୍ଷା......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy