Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunita Sahoo

Abstract Fantasy

3  

Sunita Sahoo

Abstract Fantasy

କାଗଜ ଡଙ୍ଗା

କାଗଜ ଡଙ୍ଗା

1 min
159


ରଫ୍ ଖାତାର ଫର୍ଦ୍ଦଟିଏ ସିନା

ସ୍ଵାଭିମାନୀ ଇତିହାସକୁ ଜାବୁଡ଼ି ଧରି

ଆତ୍ମହରା ହୁଏ ।


କେବେ ଓଳି ତଳୁ ବହି ଯାଉଥିବା ସୁଅରେ

କେବେ ପୁଣି ସ୍କୁଲ ବାରଣ୍ଡାର ତଳେ ତଳେ

ଦୋହଲୁ ଥାଏ ।


ଶ୍ରାବଣର ଲୁହରେ ଭିଜି ଭିଜି

ବତୁରା ଅବଶେଷେ ଟଳମଳ ଅସ୍ତିତ୍ବକୁ

ଧରି ମିଳେଇ ଯାଏ ।


ରଫ୍ ଖାତାର ଅଦରକାରୀ ପୃଷ୍ଠା ସବୁ

କାଗଜ ଡଙ୍ଗାର ନାଁ ନେଇ

ବିଭୋର ହୁଏ ।


ଚପଳାମିର ଛନ୍ଦରେ ତାଳି ମାରୁ ମାରୁ

ମୋ ଶୈଶବ ଲିଭିଯାଏ

ଆଉ କାଗଜ ଡଙ୍ଗା ସ୍ମୃତିରେ ସାଇତା ହୁଏ ।


Rate this content
Log in

Similar oriya poem from Abstract