Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunita Sahoo

Abstract Others

3  

Sunita Sahoo

Abstract Others

ନିଃସଙ୍ଗତା

ନିଃସଙ୍ଗତା

1 min
370



କିଛି ବାଟ ହାତଧରି ଗଲାପରେ

ହଠାତ୍ ଝୁଣ୍ଟି ପଡୁଥିବା

ସମ୍ପର୍କର ଆର୍ତ୍ତ ସ୍ଵର,

ଜୀବନକୁ ମାଡି ପଡୁଥିବା

ସେ ଗୋଟାଏ ଭାରିପଣ ,

ନୀରବ ସାୟାହ୍ନ ତଳେ

ନୀରବି ଯାଇଥିବା କୋଳାହଳକୁ

ନୀରବରେ ହାତଠାରି ଡାକେ,

ଏକା ସେ ଖୁବ୍ ଏକା

ନିଜକୁ ଜାବୁଡ଼ି ଧାଇଁ ଚାଲେ

ସମ୍ଭାବନାର ଆଶାଟିଏ ଧରି

ଖୋଜିବୁଲେ ଦିଗରୁ ଦିଗନ୍ତ

ଅପାଶୋରା ସେ କୋମଳ ହାତକୁ ,

ପୁଣି ବିହ୍ଵଳ ହୁଏ

ସ୍ମୃତିରୁ ଝରି ପଡୁଥିବା ବାସ୍ନାରେ ,

ଆବୋରି ବସେ

ମରିଚିକାକୁ ପ୍ରାପ୍ତିର ଆବେଗରେ....

ହେଲେ ସେ ଯେ ନିଃସଙ୍ଗ

କେବଳ ସଙ୍ଗର ପ୍ରତୀକ୍ଷାରେ ।।


Rate this content
Log in