Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunita Sahoo

Abstract Others

3  

Sunita Sahoo

Abstract Others

କାଶତଣ୍ଡି ଫୁଲ

କାଶତଣ୍ଡି ଫୁଲ

1 min
250


ଶରତ ଆକାଶ ମୋହିତ ହେଲାଣି

ଦେଖି କାଶତଣ୍ଡି ରୂପ

ଶୁଭ୍ର ତା ପଣତ ବିଛେଇ ଦେଲାଣି

ଧରା ଲାଗେ ଅପରୂପ ,

ସବୁଜିମା ସାଥେ ସଫେଦ୍ ଚାଦର

କେଡ଼େ ମନୋରମ ଦିଶେ

ପାଟ ବିଲ ଛୁଏଁ ଧବଳ ପରଶ

ଚାଷୀର ମରମ ହସେ ,

କମନୀୟ କାନ୍ତି ଧରଣୀ କୋଳରେ

କାଶତଣ୍ଡି ତା ନାଁ

ଚାହିଁ ଦେଲେ ଥରେ ମନେ ପଡ଼ିଯାଏ

ଶରତରେ ମୋ ଗାଁ ,

ରେଳଗାଡ଼ି ସହ ଝରକା ଫାଙ୍କରେ

ଚାଲିଥାଏ କୋଶେ ବାଟ

ହଜିଯାଏ ସେବେ ନିଜଠୁ ନିଜକୁ

ଦେଖି କାଶତଣ୍ଡି ଥାଟ ।।


Rate this content
Log in

Similar oriya poem from Abstract