STORYMIRROR

Sunita Sahoo

Tragedy Others

3  

Sunita Sahoo

Tragedy Others

ଅବ୍ୟକ୍ତ କୋହ

ଅବ୍ୟକ୍ତ କୋହ

1 min
248


ଛାତି ଭିତରଟା କୋରି ହେଇଯାଏ

ଅବ୍ୟକ୍ତ କୋହର କବଜା ରେ

ମାରି ପାରେ ନାହି ମରି ପାରେନାହିଁ

ତିଳ ତିଳ ଜଳେ ଯାତନାରେ,

ଠପ୍ ଠପ୍ ହୋଇ ଝରିପଡେ ଲୁହ

ଅନ୍ତରଟା କିଏ ପଢିପାରେ

ଗୁମୁରି ଗୁମୁରି ଜୁଆରିଆ ହୁଏ

ସେ ଶବଦ କିଏ ଶୁଣିପାରେ !

ଲୁହକୋହ ସବୁ କୋଳାକୋଳି ହେଲେ

ସେ ଭାବକୁ କିଏ ଦେଖିପାରେ

ମରମ ବେଦନା ମରମରେ ଭେଦେ

ତା ଦରଦ କିଏ ବୁଝିପାରେ !

ଅବ୍ୟକ୍ତ ଭାବନା କୋହ ସହରରେ

ଅମାନିଆ ବାଆ ଆସିପାରେ

ଫାଟିଯାଏ ଛାତି ଅବ୍ୟକ୍ତ କୋହ ରେ

ପଥରରୁ ଲୁହ ଝରିପଡେ

ପଥରରୁ ଲୁହ ଝରିପଡେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy