ଅବ୍ୟକ୍ତ କୋହ
ଅବ୍ୟକ୍ତ କୋହ
ଛାତି ଭିତରଟା କୋରି ହେଇଯାଏ
ଅବ୍ୟକ୍ତ କୋହର କବଜା ରେ
ମାରି ପାରେ ନାହି ମରି ପାରେନାହିଁ
ତିଳ ତିଳ ଜଳେ ଯାତନାରେ,
ଠପ୍ ଠପ୍ ହୋଇ ଝରିପଡେ ଲୁହ
ଅନ୍ତରଟା କିଏ ପଢିପାରେ
ଗୁମୁରି ଗୁମୁରି ଜୁଆରିଆ ହୁଏ
ସେ ଶବଦ କିଏ ଶୁଣିପାରେ !
ଲୁହକୋହ ସବୁ କୋଳାକୋଳି ହେଲେ
ସେ ଭାବକୁ କିଏ ଦେଖିପାରେ
ମରମ ବେଦନା ମରମରେ ଭେଦେ
ତା ଦରଦ କିଏ ବୁଝିପାରେ !
ଅବ୍ୟକ୍ତ ଭାବନା କୋହ ସହରରେ
ଅମାନିଆ ବାଆ ଆସିପାରେ
ଫାଟିଯାଏ ଛାତି ଅବ୍ୟକ୍ତ କୋହ ରେ
ପଥରରୁ ଲୁହ ଝରିପଡେ
ପଥରରୁ ଲୁହ ଝରିପଡେ ।।