Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunita Sahoo

Abstract Tragedy

4  

Sunita Sahoo

Abstract Tragedy

ରାବଣପୋଡ଼ି

ରାବଣପୋଡ଼ି

1 min
445


ଝରକା ଫାଙ୍କରେ ଚାହିଁ ରହିଛି

ବିଦେହୀ ରାବଣ ଟାଏ

ମୋ ପାଇଁ ତୁମ ପାଇଁ

ଆଉ ଆମ ପାଇଁ 

ଯୁଗ ପରେ ଯୁଗ

ଆତଙ୍କର ପସରା ମେଲାଇ ,

ଦୁଆର ମୁହଁରେ ଖିଲି ଖିଲି ହସେ

ସର୍ବନାଶୀ ରାବଣ ଟାଏ

ଦିନ ବାର ତିଥିରେ ଅଜ୍ଞାନ 

ସମୟକୁ କ୍ରୀଡନକ ମଣି

ଜାଳି ଦିଏ ଲଙ୍କାରେ ବିଭୀଷିକା ,

ତା ପ୍ରଳାପରେ ଧୂଳିସାତ ହୁଏ

ରାମରାଜ୍ୟର ଚିତ୍ରିତ ନକ୍ସା

ତା ଅଟ୍ଟହାସ୍ୟରେ ଲୁଚିଯାଏ

କେତେ ଅକୁହା ଭାଷା

ସ୍ଵପ୍ନ ବି ଚହଲି ଯାଏ

ପ୍ରଭାତର ଆଗମନ ପୂର୍ବରୁ

କେବଳ ଭାସି ଆସେ ରାବଣପୋଡ଼ି ର

ବଳକା ଆୟୁଷର ପୋଡ଼ା ଗନ୍ଧ......।।


Rate this content
Log in

Similar oriya poem from Abstract