STORYMIRROR

Sunita Sahoo

Abstract Inspirational

4  

Sunita Sahoo

Abstract Inspirational

ଶ୍ୟାମ ହେ

ଶ୍ୟାମ ହେ

1 min
243


ଘନ ଅନ୍ଧକାର ବିରାଜି ଅଇଲା

ଭାଦ୍ର ଅଷ୍ଟମୀରେ ଶ୍ୟାମ ହେ

ଗରଜିଲା ମେଘ ଗଗନେ ପବନେ

ବସୁଧା କମ୍ପିଲା ଶ୍ୟାମ ହେ,

କଂସ ବନ୍ଦୀଘର ଚମକି ଉଠିଲା

ଫିଟିଲା ଶିକୁଳି ଶ୍ୟାମ ହେ

ଲୋତକରେ ଭିଜେ ତାତ ବସୁଦେବ

ମୁର୍ଛିତ ଜନନୀ ଶ୍ୟାମ ହେ ,

ମୟୁର ଚୂଳିଆ ନବଘନ କୃଷ୍ଣ

ନଟନାଗର ତ ଶ୍ୟାମ ହେ

ଲୀଳା ଭିଆଇଲ ସୁଗନ୍ଧ ଚନ୍ଦନେ

ବନ୍ଦୀଗୃହ ବାସେ ଶ୍ୟାମ ହେ,

ଭାଦ୍ରବ ଢାଳିଲା ଆଶିଷ ବରଷା

ମଥୁରା ଝଲସେ ଶ୍ୟାମ ହେ

ମନ୍ଦ ମନ୍ଦ ହସ ଆହେ ପୀତବାସ

ଧରାକୁ ଛୁଇଁଲ ଶ୍ୟାମ ହେ ,

ଆହେ ନାରାୟଣ ଅସୀମ ଅନନ୍ତ

ଦିବ୍ୟଜ୍ୟୋତି ତୁମ ଶ୍ୟାମ ହେ

ଆଲୋକିତ କଲା ମଥୁରା ନଗରୀ

ବାସ ଚହଟିଲା ଶ୍ୟାମ ହେ ,

କୃଷ୍ଣ ଅବତାରେ ଗୋପରେ ରଚିଲ

ବାଳୁତ କଳାକୁ ଶ୍ୟାମ ହେ

ଅସୁର ନାଶିଲ ଗୋପାଳ ଗହଳେ

ଧେନୁ ଚରାଇଲ ଶ୍ୟାମ ହେ,

ନନ୍ଦ ଯଶୋଦାର କୋଳକୁ ସୁନ୍ଦର

କଳାକାହ୍ନୁ ତୁମେ ଶ୍ୟାମ ହେ

ସର ଲବଣୀ ର ଅପବାଦ ନେଇ

ଗୋପୀ ଧାଉଁଥିଲେ ଶ୍ୟାମ ହେ,

ଲୀଳାଖେଳା ତୁମ କି ଅବା ଗୋଚର

ତୁମେ ଅନ୍ତର୍ଯ୍ୟାମୀ ଶ୍ୟାମ ହେ

ଜନମ ଦିନରେ କୋଟି ଦଣ୍ଡବତ

ଘେନାକର ବାରେ ଶ୍ୟାମ ହେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract