Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunita Sahoo

Others

4  

Sunita Sahoo

Others

ନଈ

ନଈ

1 min
554


ତୁ ଗନ୍ତବ୍ୟର ଧାରାଟିଏ 

ବିଧାତାର ଚିରନ୍ତନୀ ସ୍ରୋତଟିଏ

ଏକ ଲକ୍ଷ୍ୟ ହୋଇ ଧାଉଁଥିବା

ପ୍ରାରବ୍ଧର ଅଭିସାରିକା ତୁ ,

ତୁ ଛନ୍ଦମୟୀ ସଙ୍ଗୀତର ରାଗିଣୀ

ହସଲୁହର ଉଚ୍ଛୁଳା କାହାଣୀ

ଧୀର ପଦେ କୁଆଁରୀ କାମିନୀ

ଜୀବନକୁ ବୁଝୁଥିବା କବିତା ତୁ ,

ତୁ ଜୀବନ ଯନ୍ତ୍ରଣାକୁ ଛାତିରେ ଜାବୁଡ଼ି

କଳକଳ ଗୀତଟିଏ

ଭେଦଭାବ ବିହୀନ ଲଙ୍ଘି ଯାଉଥିବା

ଅନ୍ତଃର୍ନାଦଟିଏ ତୁ ,

ତୁ ଧରଣୀର ଉପଢୌକନ

ରଙ୍ଗହୀନ ପ୍ରୀତି ଉପାଦାନ

କେବେ ବନାନୀର ସହାସ୍ୟ ବଦନ

ସବୁ ବୁଝି ଅବୁଝା ସଖୀଟିଏ ତୁ ।।



Rate this content
Log in